ବିଜେପି କାର୍ଯ୍ୟାଳୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ନେଇ ବିଜେପି ଚଳଚଞ୍ଚଳ। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ। ବିଜେପିର ବରିଷ୍ଠ ନେତା ଓ ବିଧାୟକ ଉପସ୍ଥିତ ରହିବେ। ତେବେ ଏହି ବୈଠକରେ ଏସ୍ଆଇଆର ଓ ରାଜ୍ୟସଭା ନିର୍ବାଚନକୁ ନେଇ ଆଲୋଚନା ହୋଇପାରେ।
ମିଳିଥିବା ସୂଚନାରୁ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହେବ । ପ୍ରଥମେ ଏସ୍ଆଇଆର ପ୍ରସଙ୍ଗରେ ଆଲୋଚନା ହେବ। ଏହାପରେ ରାଜ୍ୟସଭା ନିର୍ବାଚନକୁ ନେଇ ଦଳୀୟ ବିଧାୟକଙ୍କ ସହ ଆଲୋଚନା କରିବେ। ବିଜେପି ବିଧାୟକଙ୍କୁ ରାଜ୍ୟସଭା ମତଦାନ ପଦ୍ଧତି, ନିୟମ ବାବଦରେ ତାଲିମ ଦିଆଯିବ। ଏଥି ସହିତ ମକ୍ ପୋଲ୍ ମଧ୍ୟ ହେବ। କିଏ କାହାକୁ ପ୍ରଥମ ପସନ୍ଦ ଓ କାହାକୁ ଦ୍ୱିତୀୟ ପସନ୍ଦ ଭୋଟ ଦେବେ, ସେ ବାବଦରେ ସେମାନଙ୍କୁ ଜଣାଇ ଦିଆଯିବ ବୋଲି ସୂଚନା ମିଳିଛି । ସେହିପରି ଅପରାହ୍ନରେ ଦଳର ବିଧାୟକମାନେ ପାରାଦୀପ ଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।