ଅତାବିରା NAC ନିର୍ବାଚନରେ ବିଜେଡିର ବାଜିମାତ

ବରଗଡ଼ ଅତାବିରା ଏନଏସି ନିର୍ବାଚନରେ ବାଜି ମାରିଛି ବିଜେଡି । ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । କେବଳ ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିବା ଜଣାପଡିଛି । ଅତାବିରା ୱାର୍ଡ ନମ୍ବର ୧ରେ କଂଗ୍ରେସର ଦାପକ ରାୟ ବିଜୟୀ ହୋଇଥିବା ସୂଚନା ମିଳିଛି । ସେହିପରି ଏନଏସି ଅଧ୍ୟକ୍ଷ ପଦ ପାଇଁ ବିଜେଡିର ବନମାଳୀ ବରିହା ବିଜୟୀ ବିଜୟୀ ହୋଇଛନ୍ତି ।

ସେହିପରି ୱାର୍ଡ ନମ୍ବର ୭ରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଲୋସ ଜନପୁରୀ, ୱାର୍ଡ ନମ୍ବର 8ରେ ବିଜେଡି ସମର୍ଥିତ ପ୍ରାର୍ଥୀ ରେଣୁକା ପ୍ରଧାନ, ୱାର୍ଡ ନମ୍ବର ୯ରେ ବିଜେଡି ସମର୍ଥିତ ପ୍ରାର୍ଥୀ ନାରାୟଣ ସାହୁ, ୱାର୍ଡ ନମ୍ବର ୧୦ ରେ ବିଜେଡି ସମର୍ଥିତ ପ୍ରାର୍ଥୀ ସୁରେଖା ବାଗ, ୱାର୍ଡ ନମ୍ବର ୧୧ ରେ ବିଜେଡି ସମର୍ଥିତ ପ୍ରାର୍ଥୀ ଅନୁଶୟା ବିଶ୍ଵାଳ, ୱାର୍ଡ ନମ୍ବର ୧୨ରେ ବିଜେଡି ସମର୍ଥିତ ପ୍ରାର୍ଥୀ ଯମୁନା ଭୁଏ ବିଜୟୀ ହୋଇଛନ୍ତି ।

ଅଧ୍ୟକ୍ଷ ପଦ ପାଇଁ ବିଜେଡି ଦଳର ଅଧ୍ୟକ୍ଷ ପ୍ରାର୍ଥୀ ବନମାଳୀ ବରିହା ୪୮୨୮ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ବନମାଳୀ ବରିହା ୬୫୬୫ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦିତା କଂଗ୍ରେସ ଦଳର ଅଧ୍ୟକ୍ଷ ପ୍ରାର୍ଥିନୀ ସବିତା ଭୁଏ ସମୁଦାୟ ୧୭୩୭ ଭୋଟ ପାଇଛନ୍ତି । ସେହିପରି ବିଜେପିର ଅଧ୍ୟକ୍ଷ ପ୍ରାର୍ଥିନୀ ଲକ୍ଷ୍ମୀ ବେହେରା ମାତ୍ର ୧୫୭୨ ଭୋଟ ପାଇଛନ୍ତି । ତେବେ ସୁରକ୍ଷା ପାଇଁ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୨ ASP, ୪ DSP, ୫ ଇନ୍ସପେକ୍ଟର, ୨୨ SIଙ୍କୁ ଦାୟିତ୍ଵ ଦିଆଯାଇଥିବା ସୂଚନା ମିଳିଛି ।