ଭୁବନେଶ୍ବର: ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ ପ୍ରଦର୍ଶନ ପରେ ଏବେ ସୀଧାସଳଖ ମଇଦାନକୁ ଓହ୍ଲାଇବାକୁ ଯାଉଛି ବିଜୁ ଜନତା ଦଳ (BJD)। କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା MMDR ଆଇନର ପ୍ରତ୍ୟାହାର ଦାବିରେ ଆସନ୍ତା ୨୮ ତାରିଖରେ ଦଳ ପକ୍ଷରୁ ଏକ ବିଶାଳ ଆନ୍ଦୋଳନ କରାଯିବ। ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁ, ସୁଦାମ ମାରାଣ୍ଡି ଏବଂ ପ୍ରୀତିରଞ୍ଜନ ଘଡ଼ାଇ ପ୍ରମୁଖ ଏହି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ, ଆସନ୍ତା ୨୮ ତାରିଖରେ ଭୁବନେଶ୍ୱରର ଲୋୟର ପିଏମଜିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହି ବିରୋଧ ପ୍ରଦର୍ଶନରେ ବିରୋଧୀ ଦଳ ନେତା তথা ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱୟଂ ଯୋଗଦେବେ। କେନ୍ଦ୍ର ସରକାରଙ୍କ ଏହି ଆଇନକୁ ‘କଳା ଆଇନ’ ଆଖ୍ୟା ଦେଇ, ଏହା ବିରୋଧରେ କେବଳ ରାଜଧାନୀ ନୁହେଁ, ବରଂ ସାରା ରାଜ୍ୟରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି।