ପାଣ୍ଡିଆନ କାହିଁକି ଦିଲ୍ଲୀ ଗଲେ, ସ୍ପଷ୍ଟିକରଣ ଦେଲା ବିଜେଡି

ଭୁବନେଶ୍ବର: ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ବିଜେଡିର ବଡ ବିପର୍ଯ୍ୟୟର କାରଣ ପାଣ୍ଡିଆନ ବୋଲି କୁହାଯାଉଛି। ଫଳରେ ସେ ବର୍ତ୍ତମାନ କେଉଁଠି ଅଛନ୍ତି ସେ ନେଇ ବିଭିନ୍ନ ଗଣମାଧ୍ୟମ ତଥା ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ଚାଲିଛି। ତେବେ ପାଣ୍ଡିଆନ ବର୍ତ୍ତମାନ ଦିଲ୍ଲୀ ଯାଇଛନ୍ତି ବୋଲି କେତେକ ଗଣମାଧ୍ୟମରେ ଖବର ପ୍ରକାଶ କରାଯାଇଛି। ଏପରିକି ନବୀନ ତାଙ୍କୁ ବାହାର କରିଦେଲେ ବୋଲି ସେହି ଗଣମାଧ୍ୟମରେ ଖବର ପ୍ରଚାର ହେଉଛି। ଏହାକୁ ନେଇ ବିଜେଡି ଶଙ୍ଖ ଭବନରେ ଏକ ସ୍ପଷ୍ଟି କରଣ ଦେଇଛି। ଦଳର ନେତା ତଥା ସାଂସଦ ସସ୍ମିତ ପାତ୍ର ସାମ୍ବାଦିକ ସମ୍ମିଳନୀ କରି ଏହା ଉପରେ ମତ ରଖିଛି। ଦଳ କହିଛି ଯେ, ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ଯାଇଛନ୍ତି। ହେଲେ ତାଙ୍କ ଗସ୍ତକୁ ନେଇ କେତେକ ଗଣମାଧ୍ୟମରେ ଯେପରି ଖବର ପ୍ରସାରଣ ହେଉଛି ତାହା ସେପରି କରା ନ ଯାଉ ବୋଲି ସସ୍ମିତ କହିଛନ୍ତି।

Comments (0)
Add Comment