ବିଶୋୟୀ ସେବାୟତ ପ୍ରସ୍ତୁତ କଲେ ମହାପ୍ରଭୁ ଙ୍କ ପାଇଁ ରାକ୍ଷୀ

ଆସନ୍ତା କଲି ବଡ଼ ଠାକୁର ଶ୍ରୀ ଶ୍ରୀ ବଳଭଦ୍ର ଙ୍କ ର ଶୁଭ ଜନ୍ମ ଦିବସ I ଏହି ଅବସର ରେ ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇଥାଆନ୍ତି ଭଉଣୀ ସୁଭଦ୍ରା । ଏଥିପାଇଁ ପାଟରା ବିଶୋଇ ସେବାୟତଙ୍କ ଦ୍ୱାରା ଚାଲିଛି ପ୍ରଭୁଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତି । ଏହି ଦିନ ଟି କୁ ଓଡିଶା ରେ ଗହ୍ମା ପୂର୍ଣ୍ଣିମା ବୋଲି କୁହାଯାଏ I ଶ୍ରୀମନ୍ଦିରର ପାଟରା ବିଶୋଇ ସେବାୟତ ପ୍ରସ୍ତୁତ କରୁଛନ୍ତି ସ୍ୱତନ୍ତ୍ର ପାଟରାକ୍ଷୀ ଓ ଗୁଆମାଳ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବାସୁଙ୍ଗା ପାଟରେ ପ୍ରଭୁଙ୍କ ପାଇଁ ତିଆରି ଚାଲିଛି ୪ଟି ରଙ୍ଗର ରାକ୍ଷୀ । ଏହି ରାକ୍ଷୀ ସହିତ ୫୪ଟି ଲେଖାଏଁ ଗୁଆରେ ୪ଟି ଗୁଆମାଳ ପ୍ରସ୍ତୁତ କରାଯାଏ । ହଳଦିଆ, ନାଲି ରଙ୍ଗର ରାକ୍ଷୀ ଓ ଗୁଆମାଳ ଜଗନ୍ନାଥଙ୍କୁ, ନେଳି ଓ ବାଇଗଣୀ ରଙ୍ଗର ରାକ୍ଷୀ ବଳଭଦ୍ରଙ୍କୁ ଲାଗି କରାଯାଏ । ଏହାକୁ ରାକ୍ଷୀ ପୂର୍ଣ୍ଣିମାରେ ଗୋପାଳ ବଲ୍ଲଭ ଧୂପ ପରେ ପାଟେରା ବିଶୋଇ ସେବାୟତ ମାନେ ମେକାପକୁ ଦେଇଥାଆନ୍ତି । ସିଂହାରି ସେବକ ମାନେ ଏହି ରାକ୍ଷୀକୁ ମହାପ୍ରଭୁଙ୍କୁ ଲାଗି କରନ୍ତି । ଏହା ସହ ଶ୍ରମନ୍ଦିରରେ ବଳଭଦ୍ରଙ୍କ ଜନ୍ମତ୍ସୋବ ନୀତି ଅନୁଷ୍ଠିତ ହୋଇଥାଏ । କରୋନା କଟକଣା ପାଇଁ ଚଳିତ ବର୍ଷ ଏହି ସବୁ ନୀତି ଦେଖିବାରୁ ବଂଚିତ ହେଉଛନ୍ତି ଶ୍ରଦ୍ଧାଳୁ ।

Comments (0)
Add Comment