ବିମାନ ସହ ପକ୍ଷୀ ମାଡ: ନିଶ୍ଚିତ ଦୁର୍ଘଟଣା ରୁ ବର୍ତ୍ତୀଲେ ଯାତ୍ରୀ

ମଙ୍ଗଳବାର ଏୟାର ଇଣ୍ଡିଆର ବିମାନ ସଂଖ୍ୟା ଏଆଇସି ୪୬୯ ଛତିଶଗଡର ରାୟପୁର ବିମାନ ବନ୍ଦର ରୁ ଉଡାଣ ଭରୀ ଦିଲ୍ଲୀ ଅଭିମୁଖେ ଯାଉଥିବା ସମୟ ରେ ବିମାନ ସହ ଏକ ପକ୍ଷୀ ମାଡ ହୋଇଥିଲା ।ଏଥିରେ ଯାତ୍ରୀଙ୍କ ମଧ୍ୟରେ ଆଶଙ୍କା ଖେଳି ଯାଇଥିଲା । ତୁରନ୍ତ ବିମାନର ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଓହ୍ଲାଇ ଦିଆ ଯାଇଥିଲା । ଫଳରେ ଏକ ନିଶ୍ଚିତ ବଡ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ଯାତ୍ରୀ ମାନେ ଇ କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ଯୋଗ ଦେବା ପାଇଁ ଏହି ବିମାନରେ କେନ୍ଦ୍ର ଜନଜାତି ବିକାଶ ରାଷ୍ଟ୍ର ମନ୍ତ୍ରୀ ରେଣୁକା ସିଂହ ମଧ୍ୟ ଯାତ୍ରା କରୁଥିଲେ । ତାଙ୍କର ବ୍ୟକ୍ତିଗତ କର୍ମଚାରୀ କହିଛନ୍ତିଏହି ସୂଚନା ଦେଇଛନ୍ତି ।

ଏହି ଘଟଣା ଆଜି ସକାଳ ୧୦ଟା ୩୦ରେ ରନୱେ ନମ୍ବର ୨୪ରେ ହୋଇଛି । ପାଇଲଟ ଉପସ୍ଥିତ ବୁଦ୍ଧି ଯୋଗୁଁ ତୁରନ୍ତ ବିମାନକୁ ଜରୁରୀକାଳୀନ ଅବତରଣ କରାଇଥିଲେ । ଏହା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା । ବିମାନ ଇଞ୍ଜିନିୟରଙ୍କ ଦ୍ୱାରା ବିମାନର ତନ୍ନ ତନ୍ନ ଯାଞ୍ଚ କରାଯାଇଥିଲା ।ଯେମିତି କୌଣସି ଯାନ୍ତ୍ରିକ ତ୍ରୁଟି ରହିନଯାଏ । ରାୟପୁର ବିମାନ ବନ୍ଦରର ନିର୍ଦ୍ଦେଶକ ରାକେଶ ରଞ୍ଜନ ସହାୟ କହିଛନ୍ତି, ଏହି ବିମାନରେ ୧୭୯ ଯାତ୍ରୀ ଯାତ୍ରା କରୁଥିଲେ । ଦିଲ୍ଲୀ ଅଭିମୁଖେ ଉଡାଣ ଭରିବା ମାତ୍ରେ ବିମାନରେ ପକ୍ଷୀ ମାଡ ହୋଇଥିଲା । ଏହି କାରଣରୁ ବିମାନ ଉଡାଣ ବାତିଲ୍ କରାଯାଇଛି ।

Comments (0)
Add Comment