ବିରଞ୍ଚି ସାହୁଙ୍କୁ ସର୍ତ୍ତମୂଳକ ଜାମିନ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲା ରେ ଗିରଫ ହୋଇଥିବା ଓଏସସସି ସଦସ୍ୟଙ୍କ ପିଏ ବିରଞ୍ଚି ସାହୁଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ । ଗତ ଜୁଲାଇ ୩୧ରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ ବିରଞ୍ଚି ସାହୁ Iତଦନ୍ତରେ ସହଯୋଗ କରିବା ସର୍ତ୍ତରେ କୋର୍ଟ ବିରଞ୍ଚିଙ୍କୁ ଜାମିନ ପ୍ରଦାନ କରିଥିବା ଜଣାପଡିଛି । ଏହା ସହିତ ପ୍ରମାଣ ନଷ୍ଟ ଉଦ୍ୟମ ନ କରିବା ପାଇଁ କୋର୍ଟଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏହି ସର୍ତ୍ତର ଅବମାନନା ହେଲେ ଜାମିନ ବାତିଲ କରାଯିବ ବୋଲି କୋର୍ଟ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ ବିରଞ୍ଚି ସାହୁ । ଓଏସଏସସିର କିରାଣୀ ଭାବରେ କାର୍ଯ୍ୟ କରୁଥିବା ବିରଞ୍ଚିଙ୍କ ଘରେ ୩୧ ତାରିଖ ଦିନ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା । ଭିଜିଲାନ୍ସ ଚଢାଉରେ ପ୍ରାୟ ୪ କୋଟି ଟଙ୍କାର ସମ୍ପତ୍ତି ସହିତ ନଗଦ ୧୨ ଲକ୍ଷ ଟଙ୍କା ଜବତ କରିଥିଲା । ଏହା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କର ୧୪ଟି ପ୍ଲଟ ମଧ୍ୟ ଠାବ କରାଯାଇଥିଲା । ଭିଜିଲାନ୍ସ ଦ୍ୱାରା ଗିରଫ ହେବାପରେ ୬ ମାସ ପୂର୍ବରୁ ତାଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଥିଲା ।

Comments (0)
Add Comment