କରୋନା କାଳ ର କୋରଡ଼ପତି : ବିଶ୍ୱରେ ୧୧ତମ ସ୍ଥାନରେ ମୁକେଶ ଅମ୍ବାନି

ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନି ୧୦୦ ବିଲିୟନ ଡଲାର ସଂପତ୍ତି ର ମାଲିକ I ଶୁକ୍ରବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର ମୂଲ୍ୟ ବୃଦ୍ଧି ପାଇବା ପରେ ତାଙ୍କ ସମ୍ପତ୍ତିର ପରିମାଣ ୧୦୦ ବିଲିୟନ (୧ ବିଲିୟନ = ୧୦୦ କୋଟି) ଡଲାର ଟପିଯାଇଛି । ଫଳରେ ବର୍ତ୍ତମାନ ସେ ୧୦୦ ବିଲିୟନ ଡଲାର ସମ୍ପତ୍ତି ଥିବା ,ଏସିଆର ଏକମାତ୍ର ବ୍ୟକ୍ତିରେ ପରିଣତ ହୋଇଛନ୍ତି ବୋଲି ବ୍ଲୁମ୍ବର୍ଗ ବିଲିୟନେର ଇଣ୍ଡେକ୍ସ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି । ଏହି ପ୍ରକାଶିତ ତାଲିକା ରେ ସେ ବିଶ୍ବର ୧୧ତମ ବିଲିୟନେର ବ୍ୟକ୍ତିରେ ପରିଣତ ହୋଇଛନ୍ତି । ଏହା ଫଳରେ ସେ ଜେଫ ବୋଜେସ, ବିଲ ଗେଟ୍ସ, ଏଲନ ମସ୍କ ସଦସ୍ୟ ଥିବା ୧୦୦ ବିଲିୟନ ଡଲାର କ୍ଲବରେ ସାମିଲ ହୋଇଛନ୍ତି । ଏହି ତାଲିକା ଅନୁସାରେ ବିଶ୍ବର ନଂ୧ ଧନୀ ଏଲନ ମସ୍କଙ୍କ ମୋଟ ସମ୍ପତ୍ତି ପରିମାଣ ୨୨୨ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ୨ୟ ସ୍ଥାନରେ ଥିବା ଆମାଜନ ପ୍ରତିଷ୍ଠାତା ଜେଫ ବୋଜେସଙ୍କ ସମ୍ପତ୍ତିର ପରିମାଣ ପ୍ରାୟ ୧୯୦ ବିଲିୟନ ଡଲାର । ତାଙ୍କ ପଛକୁ ଅଛନ୍ତି ବର୍ନାର୍ଡ ଆର୍ନଲ୍ଟ ଓ ବିଲ ଗେଟ୍ସ । ସେମାନଙ୍କ ସମ୍ପତ୍ତିର ପରିମାଣ ଯଥାକ୍ରମେ ୧୫୫.୬ ଓ ୧୨୭ ବିଲିୟନ ଡଲାର ରହିଛି ।

Comments (0)
Add Comment