ବିଜୁ ସ୍ୱାସ୍ଥ୍ୟ କାର୍ଡ ର ଚିକିତ୍ସା ସେବାକୁ ନେଇ ପୁଣି ବିଭ୍ରାଟ : ହିତାଧିକାରୀ ପାଇଲେନି ମାଗଣା ସ୍ୱାସ୍ଥ୍ୟସେବା

ବିଜୁ ସ୍ୱାସ୍ଥ୍ୟ କାର୍ଡ ଥାଇ ମଧ୍ୟ ହଇରାଣ ହେଇଛନ୍ତି ହିତାଧିକାରୀ I ଘରୋଇ ହସ୍ପିଟାଲ ର ମନମୁଖୀ ଆଇନ ପାଇଁ ମାଗଣା ସ୍ବାସ୍ଥ୍ୟସେବାରୁ ବଂଚିତ ହୋଇ ଖର୍ଚ୍ଚାନ୍ତ ହୋଇଛନ୍ତି ଜଗତସିଂହପୁରର କନକଲତା ବେହେରାଙ୍କ ପରିବାର । ୨୪ ତାରିଖ ଦିନ ଏକ ଦୁର୍ଘଟଣାରେ କନକଲତା ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ହାଇ-ଟେକ ମେଡିକାଲକୁ ଅଣାଯାଇଥିଲା । ବିଜୁ ସ୍ୱାସ୍ଥ୍ୟ କାର୍ଡ ଥାଇ ବି କାର୍ଡରେ ଚିକିତ୍ସା କରିବାକୁ ମନାକରି ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ ।
ଫଳରେ ବାଧ୍ୟହୋଇ ୪୦ ହଜାର ଟଙ୍କା ଦେଇ ସେମାନେ ଚିକିତ୍ସା କରିଥିଲେ । ପରଦିନ ମେଡିକାଲ କର୍ତ୍ତୃପକ୍ଷ ବିଜୁ ସ୍ୱାସ୍ଥ୍ୟ କାର୍ଡ ଗ୍ରହଣ କରିଥିଲେ । ଏଠାରେ ବଡ ପ୍ରଶ୍ନ ହେଲା, ମେଡିକାଲ କର୍ତ୍ତୃପକ୍ଷ ୪୦ ହଜାର ଟଙ୍କା ଫେରାଇବେ କି । ସେପଟେ ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି, ମେଡିକାଲରେ ଭର୍ତ୍ତି ହବୋ ଦିନ ସଂପୃକ୍ତ ରୋଗୀଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ନଥିଲା । ସେଥିପାଇଁ ଟଙ୍କା ନିଆଯାଇଥିଲା । ଆଉ ପରଦିନ ସ୍ୱାସ୍ଥ୍ୟକାର୍ଡ ଦେବା ପରେ ମାଗଣା ଚିକିତ୍ସା କରାଯାଇଛି । ରାଜ୍ୟରେ ବିଭିନ୍ନ ସ୍ଥାନରୁ ବିଜୁ ସ୍ୱାସ୍ଥ୍ୟ ସେବା କାର୍ଡକୁ ନେଇ ଏଇଭଳି ଘଟଣା ମାନ ନଜର କୁ ଆସୁଥିବାବେଳେ ନିକଟରେ ଖୋର୍ଦ୍ଧା ଜିଲ୍ଲାପାଳ ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍ପିଟାଲ କୁ ଯାଇ ବିଜୁ ସ୍ୱାସ୍ଥ୍ୟ ସେବା କାର୍ଡ ହିତାଧିକାରୀ ଙ୍କ ସ୍ୱାସ୍ଥ୍ୟସେବା ତଦାରଖ କରିଥିଲେ I

Comments (0)
Add Comment