ଓଡ଼ିଶାରେ ହେବ ବଡ଼ ରାଜନୈତିକ ପରିବର୍ତ୍ତନ: ବିଜୟ ମହାପାତ୍ର

ଭୁବନେଶ୍ୱର: ବରିଷ୍ଠ ରାଜନେତା ବିଜୟ ମହାପାତ୍ର ରାଜ୍ୟସଭା ନିର୍ବାଚନ ନେଇ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ସେ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ନିର୍ବାଚନ ପାଇଁ ୨ ମାସ ପୂର୍ବରୁ ପ୍ରସ୍ତୁତି ଚାଲିଥିଲା । ବିଜେଡିରେ ଅସନ୍ତୋଷର ନିଆଁ ଜଳୁଛି । ନେତୃତ୍ୱ ଉପରେ ମୋଟରୁ ବିଶ୍ୱାସ ନାହିଁ । ଆଗକୁ ଓଡ଼ିଶାରେ ବଡ଼ ରାଜନୈତିକ ପରିବର୍ତ୍ତନ ହେବ । ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜୟ ମହାପାତ୍ର । କହିଛନ୍ତି, ଦଳ ଭିତରେ ଅସନ୍ତୋଷର ବହ୍ନି ଜଳୁଛି, ନବୀନ ପଟ୍ଟନାୟକ ତର୍ଜମା କରିବା ଦରକାର । ଦଳରେ କୌଣସି ପରିବର୍ତ୍ତନ ଆଣିବାକୁ ଚାହୁଁ ନାହିଁ ଦଳ । ବିଜେଡିର ଦଳପତିଙ୍କ ଉପରେ ଦଳୀୟ ନେତା ବିଶ୍ୱାସ କରୁନାହାନ୍ତି । ଆଗକୁ ବିଜେଡିରେ ଅଧିକ କ୍ଷତି ହେବ । ଏହି ନିର୍ବାଚନ ଏକ ବାର୍ତ୍ତା ଦେଉଛି, ଆଗକୁ ରାଜ୍ୟରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ହେବ । ବିଜୁ ପ୍ରେମୀ ଏକାଠି ହୋଇପାରନ୍ତି ଇଙ୍ଗିତ କଲେ ବିଜୟ । ଆମେ ହାରିବା ପାଇଁ ଲଢୁନଥିଲୁ, ଜିତିବା ପାଇଁ ନିର୍ବାଚନ ଲଢୁଥିଲୁ । ରାଜ୍ୟସଭା ଭୋଟିଂ ପରେ ବିଜୟ ମହାପାତ୍ରଙ୍କ ଘରେ ପହଞ୍ଚିଥିଲେ ଦିଲ୍ଲୀପ ରାୟ । ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ବିଜୟ ଏକପ୍ରକାର ସ୍ଥିର ହୋଇସାରିଥିବାରୁ ବିଜୟ ମହାପାତ୍ର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କିନ୍ତୁ ଦିଲ୍ଲୀପ ରାୟ କିଛି ପ୍ରତିକ୍ରିୟା ଦେଇନାହାନ୍ତି । ସେ କହିଛନ୍ତି ଫଳାଫଳ ଘୋଷଣା ସରିବା ପରେ ହିଁ ପ୍ରତିକ୍ରିୟା ରଖିବେ । ସେପଟେ କ୍ରସ୍‌ ଭୋଟିଂକୁ ନେଇ ବର୍ଷିଛନ୍ତି ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ । ସେ କହିଛନ୍ତି, ଯେଉଁମାନେ କ୍ରସ୍‌ ଭୋଟିଂ କରିଛନ୍ତି, ସେମାନଙ୍କର କ୍ରିମିନାଲ ରେକର୍ଡ ରହିଛି । ସେମାନଙ୍କର ବାପାମାନେ ଜେଲ୍‌ରେ ରହିଛନ୍ତି ।