ବିହାର ଭିଜିଲାନ୍ସ ଜାଲରେ କାର୍ଯ୍ୟ ନିର୍ବାହୀଯନ୍ତ୍ରୀ : ୪ କୋଟି ନଗଦ ଟଙ୍କା ସହ ଗହଣା ଜବତ

ବିହାର : ଭିଜିଲାନ୍ସ ଜାଲରେ ପଡିଲେ ଜଣେ ସରକାରୀ କର୍ମଚାରୀ I କର୍ମଚାରୀ ଜଣଙ୍କ ହେଉଛନ୍ତି ପି.ଡବ୍ଲୁ .ଡି.କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର ରାୟ। ସଞ୍ଜୟଙ୍କର ବିହାର ଓ ପାଟନା ସ୍ଥିତ ବାସଭବନ ବ୍ୟତୀତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ବିହାରର କିଶନଗଂଜ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ସଂଜୟ କୁମାର ରାୟଙ୍କ ଘରେ ଚଢାଉ ବେଳେ ୧କୋଟି ନଗଦ ଟଙ୍କା ଜବତ ହୋଇଛି । ଏହାବାଦ ଏହା ସହ ତାଙ୍କ ପାଟନା ସ୍ଥିତ ଘରେ ମଧ୍ୟ ଚଢାଉ ବେଳେ ୩କୋଟିରୁ ଅଧିକ ଟଙ୍କା ଓ ସୁନା ଜବତ ହୋଇଛି । ଆଜି ଭିଜିଲାନ୍ସ ସଞ୍ଜୟ କୁମାରଙ୍କ କିଶନଗଞ୍ଜ ବାସଭବନ ରେ ପହଞ୍ଚିବା ପୂର୍ବରୁ ,ସେ ସମସ୍ତ କଳାଧନ କୁ ତାଙ୍କର ଦୁଇ ଅଧସ୍ତନ କର୍ମଚାରୀ ଙ୍କ ଘରେ ଲୁଚାଇ ଦେଇଥିଲେ । ତେବେ ଏହା ଜାଣି ପାରି ଭିଜିଲାନ୍ସ ପକ୍ଷରୁ ମାରାଥନ ଚଢ଼ାଉ ପରେ ସମସ୍ତ ଟଙ୍କା ସହିତ ବହୁ ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା I