ନୂଆଦିଲ୍ଲୀ: ବିହାରର ସମସ୍ତ ପାଞ୍ଚ ଜଣ ଏନଡିଏ ପ୍ରାର୍ଥୀ ରାଜ୍ୟସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି। ବିଧାନସଭା ନିର୍ବାଚନ ପରେ ମହାଗଠବନ୍ଧନ ଏବେ ରାଜ୍ୟସଭା ନିର୍ବାଚନରେ ମଧ୍ୟ ପରାଜୟ ବରଣ କରିଛି। ଉଲ୍ଲେଖନୀୟ ଯେ, ବିହାରର ପାଞ୍ଚଟି ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପାଇଁ ଏନଡିଏ ବିହାର ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ମୁଖ୍ୟ ନୀତିଶ କୁମାର, ଭାରତୀୟ ଜନତା ପାର୍ଟି (ବିଜେପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସହିତ କେନ୍ଦ୍ରମନ୍ତ୍ରୀ ରାମ ନାଥ ଠାକୁର, ରାଷ୍ଟ୍ରୀୟ ଲୋକମୋର୍ଚ୍ଚା (ଆରଏଲଏମ) ମୁଖ୍ୟ ଉପେନ୍ଦ୍ର କୁଶୱାହା (ଉଭୟ ରାଜ୍ୟସଭା ସଦସ୍ୟ) ଏବଂ ବିଜେପିର ଶିବେଶ କୁମାରଙ୍କୁ ପ୍ରାର୍ଥୀ କରିଥିଲା। ସମସ୍ତେ ଜିତିଛନ୍ତି। ବିହାରର ପାଞ୍ଚଟି ଆସନ ପାଇଁ ହୋଇଥିବା ରାଜ୍ୟସଭା ନିର୍ବାଚନରେ, ୨୦୨ ଜଣ ଏନଡିଏ ବିଧାୟକ ଭୋଟ ଦେଇଥିଲେ। ମହାଗଠବନ୍ଧନର କେବଳ ୩୭ ଜଣ ବିଧାୟକ ଭୋଟ ଦେଇଥିଲେ। ମହାଗଠବନ୍ଧନ ପକ୍ଷରୁ କଂଗ୍ରେସ ବିଧାୟକ ମନୋଜ ବିଶ୍ୱାସ, କଂଗ୍ରେସ ବିଧାୟକ ସୁରେନ୍ଦ୍ର କୁଶୱାହା, କଂଗ୍ରେସ ବିଧାୟକ ମନୋହର ପ୍ରସାଦ ସିଂହ ଏବଂ ଆରଜେଡି ବିଧାୟକ ଫୈସଲ ରହମାନ ଭୋଟ ଦେବାକୁ ଆସି ନଥିଲେ।