ବିଜୟ ଓ ରଶ୍ମିକାଙ୍କୁ ନେଇ ବଡ଼ ଖବର; ଖୁବଶୀଘ୍ର ଏକାଠି ହେବେ !

ମୁମ୍ବାଇ: ସାଉଥ ଫିଲ୍ମରୁ ବଲିଉଡ ପର୍ଯ୍ୟନ୍ତ ନିଜର ଅଭିନୟର ଦକ୍ଷତା ଦେଖାଇ ସାରିଥିବା ରଶ୍ମିକା ମନ୍ଦାନା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏବା ଚର୍ଚ୍ଚାକୁ ଆସିଛନ୍ତି। ରଶ୍ମିକା ମନ୍ଦାନାଙ୍କ ନାମ ଦୀର୍ଘ ଦିନ ଧରି ସାଉଥ ଷ୍ଟାର ବିଜୟ ଦେବରାକୋଣ୍ଡାଙ୍କ ସହ ଜଡିତ ଥିଲା। ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି । ଏହି ସମୟରେ, ବର୍ତ୍ତମାନ ଏହି ଦମ୍ପତିଙ୍କ ବିଷୟରେ ଏକ ବଡ ଖବର ଆସିଛି। ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଦକ୍ଷିଣ ଭାରତ ସିନେମା ଜଗତର ହିଟ୍ ଯୋଡି ବିଜୟ ଦେବରକୋଣ୍ଡା ଓ ରସ୍ମିକା ମନ୍ଦାନା ।

ଚଳିତ ଫେବ୍ରୁଆରୀ ମାସରେ ବିବାହ ପାଇଁ ଉଭୟ ନିର୍ବନ୍ଧ କରିବେ। ହେଲେ ଏପର୍ୟ୍ୟନ୍ତ ଦୁହେଁ କୌଣସି ସ୍ପଷ୍ଟିକରଣ ଦେଇନାହାନ୍ତି। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଦୁହିଁଙ୍କ ପ୍ରଶଂସକ ଖୁସି ହୋଇଯାଇଛନ୍ତି। କାରଣ ଏହି ଯୋଡିଙ୍କୁ ଯୁବପିଢ଼ି ମାନେ ଖୁବ ପସନ୍ଦ କରନ୍ତି। ବିଜୟ ଦେବରକୋଣ୍ଡା ଓ ରଶ୍ମିକା ଦୁଇଟି ଫିଲ୍ମ ଗୀତା ଗୋବିନ୍ଦମ ଓ ଡିୟର କୋମରେଡରେ ଏକାଠି ଅଭିନୟ କରିଛନ୍ତି। ସେବେଠାରୁ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା କୁହାଯାଉଛି। ବାରମ୍ବାର ଏ ସମ୍ପର୍କରେ ଉଭୟଙ୍କୁ ଗଣମାଧ୍ୟମ ପ୍ରଶ୍ନ କରିଥିଲେ ହେଁ ସେମାନେ କେବେ ହେଲେ ପରସ୍ପରକୁ ଭଲ ପାଉଥିବା ମୁହଁ ଖୋଲି କହି ନାହାନ୍ତି। ତେବେ ଉଭୟ ଏକାଠି ଅନେକ କାର୍ଯ୍ୟକ୍ରମ ଓ ବିଭିନ୍ନ ସ୍ଥାନରେ ନଜର ଆସିଛନ୍ତି।

ଶେଷ ଥର ପାଇଁ ରୁମର ଗାର୍ଲଫ୍ରେଣ୍ଡ୍‌ ରଶ୍ମିକା ମନ୍ଦାନାଙ୍କ ସହ ଖୁସି ଫିଲ୍ମରେ ନଜର ଆସିଥିଲେ ରାଉଡି ଷ୍ଟାର ବିଜୟ ଦେବରକୋଣ୍ଡା । ମୈତ୍ରୀ ମୁଭିସ୍‌ ବ୍ୟାନରରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ଏତେଟା କମାଲ କରି ପାରିନଥିଲା ।