ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା: ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନ ଖାରଜ

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ସଂକଟର ସାମ୍ନା କରିବାକୁ ପଡ଼ିଛି। ମଧ୍ୟପ୍ରଦେଶରୁ କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନ ପତ୍ର ବାତିଲ ହୋଇଯାଇଛି। ରିଟର୍ଣ୍ଣିଂ ଅଫିସର ତାଙ୍କ ନାମାଙ୍କନକୁ ଖାରଜ କରିଦେଇଛନ୍ତି। ବିଜେପି ପକ୍ଷରୁ ଏହି ନାମାଙ୍କନ ଫର୍ମ ଉପରେ ଆପତ୍ତି ଉଠାଯାଇ ଅଭିଯୋଗ କରାଯାଇଥିଲା ଯେ, ମୀନାକ୍ଷୀ ନିଜ ଶପଥପତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁଚାଇଛନ୍ତି। ବିଶେଷ କରି ତାଙ୍କ ବିରୋଧରେ ଥିବା ଏକ ଅପରାଧିକ ମାମଲା ବିଷୟରେ ସେ ଏଥିରେ ଉଲ୍ଲେଖ କରିନାହାନ୍ତି। ପ୍ରକାଶଥାଉ କି, ମୀନାକ୍ଷୀ ନଟରାଜନଙ୍କୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଅତ୍ୟନ୍ତ ଅନୁଗତ ବୋଲି ବିବେଚନା କରାଯାଏ।