ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଟଳିଲା ବଡ଼ ଅଘଟଣ, ଦେବଦୁତ ସାଜିଲା ବୋଟ ଆମ୍ବୁଲାନ୍ସ

ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଟଳିଲା ବଡ଼ ଅଘଟଣ । ଗତକାଲି ଦେଶୀ ଡଙ୍ଗାରେ ୬ ଜଣ ସ୍ଥାନୀୟ ଲୋକ ବାରିଆଘାଟରୁ ତଲଙ୍ଗ ଯାଉ ଥିବା ସମୟରେ ଜଳଭଣ୍ଡାର ମଧ୍ୟରେ ଦୀର୍ଘ ସମୟ ଧରି ଫସି ରହିଥିଲେ ।ତେବେ ଦକ୍ଷିଣା ପବନ ଯୋଗୁଁ ଡଙ୍ଗାଟି ଦୋହଲି ଯିବାରୁ ଡଙ୍ଗା ମଧ୍ୟକୁ ପାଣି ପଶିଯାଇଥିଲା I ଫଳରେ ଡଙ୍ଗାଟି ଦୀର୍ଘ ସମୟ ଧରି ଜଳ ଭଣ୍ଡାରର ଅକାତ ପାଣିରେ ଅଟକି ଯାଇଥିଲା I ଫସି ରହିଥିବା ଡ଼ଙ୍ଗାରେ ଯାତ୍ରୀମାନଙ୍କୁ ବଞ୍ଚାଇବାକୁ ସମସ୍ତ ଉଦ୍ୟମ କରି ବିଫଳ ହୋଇଥିଲେ ଡଙ୍ଗା ଚାଳକ I ଏହା ପରେ ପୋଡ଼ାଗଡ଼ ନଦୀ ବନ୍ଧରେ ଥିବା ୧୦୮ ବୋଟ ଆମ୍ବୁଲାନ୍ସ ର ଡ୍ରାଇଭରକୁ ଫୋନ୍ କରି ସହାୟତା ପାଇଁ ନିବେଦନ କରିଥିଲେ ।ତୁରନ୍ତ ବୋଟ୍ ଆମ୍ବୁଲାନ୍ସ ପହଞ୍ଚି ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ଙ୍କୁ ଉଦ୍ଧାର କରିଥିଲା। ବୋଟ୍ ଆମ୍ବୁଲାନ୍ସ ଯୋଗୁ ନୂଆ ଜୀବନ ପାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ଉଦ୍ଧାର ପାଇଥିବା ଲୋକ।ଯାତ୍ରୀଙ୍କୁ ଉଦ୍ଧାର କଲେ ବୋଟ୍ ଆମ୍ବୁଲାନ୍ସ କର୍ମଚାରୀ ।

Comments (0)
Add Comment