ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ : ନବୀନ ୩ ନମ୍ବର

ସୁଶାସନ ଦେବାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଦେଶର ସର୍ବୋତ୍ତମ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। ସର୍ଭେ ଅନୁଯାୟୀ, ଭୂପେଶ ବାଘେଲ ସର୍ବାଧକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଶୀର୍ଷ ତାଲିକାରେ ରହିଛନ୍ତି। ସେହିପରି ଭୂପେଶଙ୍କ ବିରୋଧରେ କମ୍‌ ଜଣ ଅସନ୍ତୋଷ ଥିବା ବେଳେ କେନ୍ଦ୍ରସରକାରଙ୍କ ବିରୋଧରେ ଅଧକ ଜନଅସନ୍ତୋଷ ରହିଛି । ଛତିଶଗଡ଼ରେ ୪୪.୭ ପ୍ରତିଶତ ଲୋକ କେନ୍ଦ୍ର ବିରୋଧରେ ଏବଂ ୩୬.୬ ପ୍ରତିଶତ ଲୋକ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ବାଘେଲ ଛତିଶଗଡରେ ବହୁ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଥିବା ବେଳେ କୋଭିଡ୍‌ରେ ବାପା-ମାଙ୍କୁ ହରାଇଥିବା ପିଲାଙ୍କୁ ମାଗଣା ଶିକ୍ଷା ପାଇଁ ହୋଇଥିବା ଯୋଜନା ତାଙ୍କୁ ବେଶ ଲୋକପ୍ରିୟ କରାଇ ପାରିଛି। ସେହିପରି ଲିଙ୍ଗଗତ ସମାନତା କ୍ଷେତ୍ରରେ ବାଘେଲ କାର୍ଯ୍ୟକାରୀ କରିଥିବା ଯୋଜନା ତାଙ୍କୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ମାନ୍ୟତା ମିଳିଛି।
ନୀତି ଆୟୋଗର ଏସ୍ଡ଼ିଜି ଇଣ୍ଡିଆ ଇଣ୍ଡେକ୍ସ ରିପୋର୍ଟ ୨୦୨୦ -୨୧ ଅନୁଯାୟୀ ତାଙ୍କୁ ଏହି ପ୍ରମାଣପତ୍ର ମିଳିଛି। ଲିଙ୍ଗଗତ ସମାନତା ମାନଦଣ୍ଡରେ ଛତିଶଗଡ଼ ଗତ ବର୍ଷ ୪୩ ପଏଣ୍ଟ ପାଇ ଦେଶର ସପ୍ତମ ସ୍ଥାନରେ ଥିଲା । ଚଳିତ ବର୍ଷ ଏହି ରାଜ୍ୟ ୬୧ ସ୍କୋର କରି ଶୀର୍ଷରେ ରହିଛି। ଦୋଷ ଶ୍ୱୀକାର କରିବାରେ ବାଘେଲ ଆଦୌ ଭୟ କରନ୍ତିନି ବୋଲି କୁହାଯାଇଛି। ସେହିପରି ସର୍ବନିମ୍ନ ଜନଅସନ୍ତୋଷ ତାଲିକାରେ ଉତ୍ତରାଖଣ୍ଡାର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦ୍ୱିତୀୟରେ ଥିବା ବେଳେ ତୃତୀୟ ଅଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ। 10.1 ପ୍ରତିଶତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅସନ୍ତୁଷ୍ଟ ଥିବା ବେଳେ ତାଙ୍କ ସରକାରଙ୍କ ଉପରେ 61% ଅସନ୍ତୁଷ୍ଟ ଅଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ 10.4 ପ୍ରତିଶତ ଜନଅସନ୍ତୋଷ ରହିଥିବା ବେଳେ ରାଜ୍ୟ ସରକାରଙ୍କ ଉପରେ 37.6 ପ୍ରତିଶତ ଅସନ୍ତୁଷ୍ଟ ଅଛନ୍ତି।
ଜନ ଅସନ୍ତୋଷ ତାଲିଲାରେ ସର୍ବାଗ୍ରେ ରହିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓ । ଚନ୍ଦ୍ର ଶେଖରଙ୍କ ବିରୋଧରେ ୩୦.୩ ପ୍ରତିଶତ ଅସନ୍ତୋଷ ରହିଛି। ଅର୍ଥାତ ସେମାନେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଚାହୁଁଛନ୍ତି। କିନ୍ତୁ ତେଲେଙ୍ଗା ଲୋକେ କେନ୍ଦ୍ର ଉପରେ ଅଧିକ ଖୁସିଥିବା ସର୍ଭେ ରିପୋର୍ଟ ଆସିଛି। ସମ୍ମାନଜନନ ପଦରେ ପଞ୍ଜାବ ଏବଂ କର୍ଣ୍ଣାଟକ ଅଛି। କାରଣ ଏହି ଦୁଇଟି ରାଜ୍ୟ ନିକଟରେ ଦୁଇ ଜଣ ନୂଆ ମୁଖ୍ୟମନ୍ତ୍ରୀ ପାଇଛି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ୨୮ .୧ ପ୍ରତିଶତ ଜନଅସନ୍ତୋଷ ରହିଛି। ତେବେ ଦେଖିବାକୁ ଗଲେ ସର୍ବନିମ୍ନ ଜନଅସନ୍ତୋଷ ତାଲିକାରେ ଛତିଶଗଡ଼ ଏକ ନମ୍ବର, ଦ୍ୱିତୀୟରେ ଉତ୍ତରାଖଣ୍ଡ ଏବଂ ତୃତୀୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଛନ୍ତି।

Comments (0)
Add Comment