ଭୁବନେଶ୍ୱର ସ୍ମାର୍ଟ ସିଟିକୁ ମିଳିଲା ଇକୋନୋମିକ୍ସ ଟାଇମସ୍‌ ଆୱାର୍ଡ

ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ଆଉ ଏକ ପୁରସ୍କାର ହାତେଇଛି । ଜାତୀୟସ୍ତରରେ ପୁଣି ଥରେ ପ୍ରଶଂସିତ ହୋଇଛି। ୨୦୨୨ରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ଭୁବନେଶ୍ୱର ଇକୋନେମିକ୍ସ ଟାଇମସ୍‌ ଆୱାର୍ଡ ପାଇଛି । ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ପ୍ରହ୍ଲାଦ ଯୋଶୀ ଓ ସେକ୍ରେଟାରୀ ଅନିଲ କୁମାର ଜୈନ ଉପସ୍ଥିତ ରହି ଆୱାର୍ଡ ଘୋଷଣା କରିଥିଲେ । ଏନ୍‌ଏଚ୍‌ଏଆଇ ଓ ଦିଲ୍ଲୀ ମେଟ୍ରୋ ଜବହାରଲାଲ ନେହେରୁ ବନ୍ଦରକୁ ମଧ୍ୟ ଏହି ଆୱାର୍ଡ ମିଳିଛି । ପୂର୍ବରୁ କେନ୍ଦ୍ର ସହରାଞ୍ଚଳ ମନ୍ତ୍ରଣାଳୟ ମଧ୍ୟ ଭୁବନେଶ୍ୱର ସ୍ମାର୍ଟ ସିଟି ପ୍ରକଳ୍ପକୁ ପ୍ରଶଂସା କରିଥିଲା । ଅନ୍ତର୍ଜାତୀୟସ୍ତରରେ ମଧ୍ୟ ସ୍ମାର୍ଟ ସିଟିରେ ଥିବା ବିଭିନ୍ନ ପରିକଳ୍ପନା ଓ ଯୋଜନାକୁ ସ୍ୱୀକୃତି ମିଳିଛି ।