ଆଜି ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ

ଭୁବନେଶ୍ୱର ମହାନଗର ନିଗମ ପାଇଁ ଆଜି ହେବ ନିର୍ବାଚନ । ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଜଣେ ମହିଳା ମେୟର ନିର୍ବାଚିତ ହୋଇଛନ୍ତି । ତେଣୁ ଡେପୁଟୀ ମେୟର ପଦ ପାଇଁ ଉଭୟ ପୁରୁଷ ଓ ମହିଳା କର୍ପୋରେଟର ଜୋରଦାର ଲବି ଚଳାଇଛନ୍ତି । ମେୟର ପଦ ଟି ବିଜେଡି ହାତେଇଥିବାବେଳେ , ଡେପୁଟି ମେୟର ପଦ ମଧ୍ୟ ବିଜେଡି ସପକ୍ଷରେ ଯିବ ବୋଲି ଆକଳନ କରାଯାଉଛି I କାରଣ ପୌର ନିର୍ବାଚନରେ ବିଜେଡି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି କହିଲେ ଚଳେ ଇ ସେହି ଦୃଷ୍ଟିରୁ ବିଜେଡି କିଏ ବିଜେଡିର ପ୍ରାର୍ଥୀ ହେବ, ତାକୁ ନେଇ ଚାଲିଛି ଅଙ୍କକଷା I

ଖବର ଅନୁଯାୟୀ, ବିଏମ୍ ସି ନିର୍ବାଚନରେ ମେୟର ପଦବି ସହ ୪୮ କର୍ପୋରେଟର ପଦ ଦଖଲ କରିଛି ବିଜେଡି। ଦୁଇ ସ୍ବାଧୀନ କର୍ପୋରେଟର୍ ମିଶିଲା ପରେ ସଂଖ୍ୟା ୫୦ ଛୁଇଁଯାଇଛି। ଆଗକୁ ଆହୁରି ଅଧିକ ସ୍ବାଧୀନ କର୍ପୋରେଟର୍ ବିଜେଡିରେ ମିଶିବାର ସମ୍ଭାବନା ରହିଛି। ତେଣୁ ବିଜେଡି ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ନିଶ୍ଚିତ। ଡେପୁଟି ମେୟର ପଦବିରେ ଜଣେ ପୁରୁଷ କର୍ପୋରେଟରଙ୍କୁ ବସାଇବାକୁ ଦଳ ଯୋଜନା କରିଥିବା କୁହାଯାଉଛି। ଆଶାୟୀ ଅନେକ । କିନ୍ତୁ ବିଜେଡି ନୂଆ ମୁହଁ ଦେବେ ବୋଲି ଚର୍ଚ୍ଚା ହେଉଛି ।ବିଏମସିରେ ବିଜେଡି କର୍ପୋରେଟର ସଂଖ୍ୟା ୫୧ ରହିଥିବାରୁ ଦଳ ଯାହାକୁ ପ୍ରାର୍ଥୀ କରିବ ସେ ବିଜୟୀ ହେବା ନିଶ୍ଚିତ । ସେପଟେ ବିଜେପିର ୧୦ ଜଣ କର୍ପୋରେଟର ଥିବାରୁ ଦଳ ପ୍ରାର୍ଥୀ ଦେବ ନାହିଁ ବୋଲି ଜଣାପଡିଛି ।