ଭୁବନେଶ୍ୱର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର,୨୩/୦୯:-ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ଉପଲକ୍ଷେ ପାଳନ କରାଯାଉଥିବା ରକ୍ତଦାନ ଅମୃତ ମହୋତ୍ସବ ମାଧ୍ୟମରେ ଆଜି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପିର ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୋୟଂ ସେବକ ରାୟ ଙ୍କ ନେତୃତ୍ୱରେ ରକ୍ତଦାନ ଶିବିର ସମ୍ ହସ୍ପିଟାଲ ଠାରେ ଅନୁଷ୍ଠିତ ହୋଇଥିଲା ଏହା କୁ ସମ ହସ୍ପିଟାଲ ରକ୍ତ ଭଣ୍ଡାର ମୁଖ୍ୟ ଡାକ୍ତର ଶ୍ରୀମତୀ ଗିରିଜା ନନ୍ଦିନୀ କାନୁନଗୋ ପରିଚାଳନା କରିଥିଲେ।
ଏଥିରେ ଅତିଥି ଭାବେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ, ରାଜ୍ୟ ବିଜେପି ପ୍ରବକ୍ତା ଦିଲ୍ଲୀପ ମହାନ୍ତି, ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦିଲ୍ଲୀପ ବେହେରା, ଭୁବନେଶ୍ୱର ଯୁବ ମୋର୍ଚ୍ଚା ପ୍ରଭାରୀ ସଂଗ୍ରାମ ନାୟକ, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନୀଲ ପ୍ରଧାନ, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ମନୋଜ ପଶ୍ଚିମକବାଟ ଏବଂ ବହୁ ଯୁବ କାର୍ଯ୍ୟକର୍ତା ଯୋଗଦେଇ ରକ୍ତ ଦାନ କରିଥିଲେ।ଏହି ମହାନ ସେବା କାର୍ଯ୍ୟରେ ନିଜେ ଭାଗୀଦାର ହୁଅନ୍ତୁ ଓ ରକ୍ତଦାନ ପାଇଁ ଆରୋଗ୍ୟ ସେତୁ ଆପ କିମ୍ବା www.eraktkosh.in ରେ ପଞ୍ଜୀକରଣ କରନ୍ତୁ ବୋଲି ଯୁବ ମୋର୍ଚ୍ଚା ପକ୍ଷରୁ ଆହ୍ୱାନ ଦିଆ ଯାଇଥିଲା