ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟକୁ ଏସିଆଇ ମାନ୍ୟତା

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟକୁ ମିଳିଛି ଏସିଆଇ ମାନ୍ୟତା । ବିଶ୍ୱର ୧୪୦ଟି ବିମାନ ବନ୍ଦର ମଧ୍ୟରେ ଗୋଟିଏ ସ୍ଥାନ ହାସଲ କରିଛି ଭୁବନେଶ୍ୱର ଏୟାରପୋର୍ଟ । କରୋନା ମହାମାରୀ ସମୟରେ ବିମାନ ବନ୍ଦର ଗୁଡିକରେ ଯାତ୍ରୀଙ୍କ ପାଇଁ କ’ଣ ସୁବିଧା ରହିଥିଲା ସେ ସମ୍ବନ୍ଧରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିଷଦ (ଏସିଆଇ) ପକ୍ଷରୁ ବିଶ୍ବସ୍ତରରେ ସମସ୍ତ ବିମାନ ବନ୍ଦରକୁ ନେଇ ‘ଯାତ୍ରୀଙ୍କ ସ୍ବର’ ନାମରେ ସର୍ବେକ୍ଷଣ କରାଯାଇଛି। ସର୍ବେକ୍ଷଣରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଭାଗ ନେଇଥିଲା। ସଂସ୍ଥାନ ପକ୍ଷରୁ ବିମାନ ବନ୍ଦର ଯାତ୍ରୀଙ୍କୁ ସୁବିଧା ଓ ଅସୁବିଧା ସଂକ୍ରାନ୍ତରେ ବୁଝିଥିଲେ। ସେବା ଉନ୍ନତ ପ୍ରଦର୍ଶନ ଥିବାରୁ ଏସିଆଇ ପକ୍ଷରୁ ଭୁବନେଶ୍ବର ବିମାନ ବନ୍ଦରକୁ ଗୁଣାତ୍ମକ ବିମାନ ସେବା ମାନ୍ୟତା ପାଇଁ ମନୋନୀତ କରିଛି। ଏହି ତାଲିକାରେ ଚେନ୍ନଇ, କଲକାତା, ଗୋଆ, ପୁନେ, ପାଟଣା, ଭୁବନେଶ୍ବର ଏବଂ ଚଣ୍ଡିଗଡ ବିମାନ ବନ୍ଦର ରହିଛି। ତେବେ ଏହି ୭ ଏୟାରପୋର୍ଟ ମଧ୍ୟରେ ଓଡିଶାର ଅତ୍ୟାଧୁନିକ ତଥା ବଡ ବିମାନବନ୍ଦର ବିଜୁ ପଟ୍ଟନାୟକ ଏୟାରପୋର୍ଟ ହାସଲ କରିଛି ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ।

Comments (0)
Add Comment