ଭୁବନେଶ୍ୱର : ବଡ଼ଗଡ଼ ଥାନାରେ ହାଜତ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର ବଡଗଡ ଥାନାରେ ହାଜତ ମୃତ୍ୟୁ ଅଭିଯୋଗ। ମୃତକ ହେଉଛନ୍ତି କପିଳପ୍ରସାଦ ଅଂଚଳର ଦେବେନ୍ଦ୍ର ଚୌଧୁରୀ। ସାଇକେଲ ଚୋରି ଅଭିଯୋଗ ରେ ଗତକାଲି ରାତିରେ ପୋଲିସ ତାଙ୍କୁ ବାଟ ରୁ ଉଠାଇ ଆଣିଥିଲା I
ସୂଚନାନୁସାରେ ରବିବାର ବିଳମ୍ବିତ ରାତିରେ ସେ ରସୁଲଗଡରୁ ଘରକୁ ଫେରୁଥିବା ବେଳେ ଦେବେନ୍ଦ୍ର ଙ୍କୁ ପୋଲିସ ଉଠାଇ ନେଇଥିବା ଦେବେନ୍ଦ୍ରଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ତେବେ ଥାନାରେ ତାଙ୍କୁ ଜେରାବେଳେ ସେ ତଳେ ପଡି ଗୁରୁତରହୋଇ ପଡ଼ିଥିଲେ I ପରେ ଦେବେନ୍ଦ୍ରଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଦେବେନ୍ଦ୍ରଙ୍କ ନାଁରେ ପୂର୍ବରୁ ଏକାଧିକ ଚୋରି ମାମଲା ରହିଛି।

ଅନ୍ୟପକ୍ଷରେ ରବିବାର ଚୋରି କରୁଥିବା ବେଳେ ପୋଲିସ ତାଙ୍କୁ ଧରିବାକୁ ଚେଷ୍ଟା କରିବା ବେଳେ ସେ ପଡି ଯାଇଥିଲେ। ଥାନାକୁ ଆଣି ଜେରା ବେଳେ ତାଙ୍କ ସ୍ବାସ୍ଥ୍ୟ ଭଲ ନ ଥିବା ସେ କହିଥିଲେ। ହସ୍ପିଟାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ସେପଟେ ଦେବେନ୍ଦ୍ରଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କୁ ଥାନାରେ ପୁଲିସ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ । ତେବେ ମୃତକଙ୍କ ନାଁକୁ ନେଇ ବିବାଦ ସୃଷ୍ଟି ହୋଇଛି । ପୋଲିସ ମୃତକଙ୍କ ନାଁ ପ୍ରଦୀପ କହୁଥିବା ବେଳେ ମୃତକଙ୍କ ପରିବାର ଲୋକ କହୁଛନ୍ତି ତାଙ୍କ ନାଁ ଦେବେନ୍ଦ୍ର । ଆଧାର କାର୍ଡରେ ମଧ୍ୟ ତାଙ୍କ ନାଁ ଦେବେନ୍ଦ୍ର ରହିଛି ।