ଅକ୍ଟୋବର ୧ରୁ ରାତିରେ ୮ ଘଣ୍ଟା ବନ୍ଦ ରହିବ ଭୁବନେଶ୍ୱର ବିମାନ ବନ୍ଦର

ଭୁବନେଶ୍ୱର : ରାତିରେ ୮ ଘଣ୍ଟା ବନ୍ଦ ରହିବ ଭୁବନେଶ୍ୱର ବିମାନ ବନ୍ଦର । ଅକ୍ଟୋବର ପହିଲାରୁ ପ୍ରତିଦିନ ରାତିରେ ୮ ଘଣ୍ଟା ବନ୍ଦ ରହିବ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ।

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରର ମରାମତି କାମ ପାଇଁ ବନ୍ଦ ରହିବ ବିମାନ ଚଳାଚଳ । ବିମାନବନ୍ଦରର ନିର୍ଦ୍ଦେଶକ ପ୍ରଶାନ୍ତ ପ୍ରଧାନ ଗୁରୁବାର ଏ ନେଇ ସୂଚନା ଦେଇଛନ୍ତି । ବିମାନ ବନ୍ଦର ରନୱେ ମରାମତି କାମ ଅକ୍ଟୋବର ୧ ରୁ କରାଯିବ । ରନୱେ ମରାମତି କାମ ସାଧାରଣତଃ ବର୍ଷା ଦିନ ପରେ ହୋଇଥାଏ । ବର୍ଷା କମ ହେଲେ ଏବଂ ବିନା ହ୍ୟୁମିଡିଟିରେ ଏହି କାମ କରାଯାଏ । ଏହି କାମ ତିନି ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହି ମରାମତି କାମ ପାଇଁ ରାତିରେ 8 ଘଣ୍ଟା ବନ୍ଦ ରହିବ ବିମାନ ସେବା । କ୍ୟାଟ ୨ ଲାଇଟର ଫିଟିଙ୍ଗ ବି ଏହି ସମୟରେ ରନୱେରେ ଲଗାଯିବ । ଏଥିପାଇଁ ୭୨ କୋଟି ଅନୁମୋଦନ କରାଯାଇଛି । ଲାଇଟ ଫାସିଲିଟି ପାଇଁ ୧୯ କୋଟି ଖର୍ଚ୍ଚ ହେବ । ଏହି ସମୟରେ ରାତି ୧୦ ରୁ ସକାଳ ୬ ଟା କିମ୍ବା ରାତି ୧୧ ରୁ ସକାଳ ୭ ଯାଏଁ ବିମାନ ସେବା ବନ୍ଦ ରହିବ ବୋଲି ନିର୍ଦ୍ଦେଶକ କହିଛନ୍ତି ।