ଖୋଲିଲା ଭିତରକନିକା

ଦୀର୍ଘ ତିନି ମାସ ଧରି ବନ୍ଦ ରହିବା ପରେ ଆଜି ଖୋଲିଲା ଜାତୀୟ ଉଦ୍ୟାନ ଭିତରକନିକା । କରୋନାର ଦ୍ୱିତୀୟ ଲହର ଯୋଗୁ ମଇ ୧ ତାରିଖରୁ ଭିତରକନିକାକୁ ବନ୍ଦ ରଖାଯାଇଥିଲା । ରାଜ୍ୟ ସରକାରଙ୍କ ଅଗଷ୍ଟ ମାସର ଗାଇଡଲାଇନ ଆସିବା ପରେ ବନବିଭାଗ ତରଫରୁ ଆଜି ଭିତରକନିକା ଖୋଲାଯାଇଛି।
ତେବେ ଦିନ ବେଳା ପର୍ଯ୍ୟଟକ ମାନେ ଯାଇ ଭିତରକନିକା ବୁଲିପାରିବେ। ରାତ୍ରି ରହଣି ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ମିଳିନି । ପରବର୍ତ୍ତୀ ସମୟରେ ରାତ୍ରି ରହଣି ପାଇଁ ନିଷ୍ପତି ନିଆଯିବ ବୋଲି ଜଣାଯାଇଛି। ।

Comments (0)
Add Comment