ବାହାନଗା ଟ୍ରେନ୍ ଦୁର୍ଘଟଣା: ସିବିଆଇ ହେପାଜରେ ୫ ଅଭିଯୁକ୍ତ

ବାଲେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ ଟ୍ରାଜେଡି ମାମଲା । CBI ହେପାଜତରେ ୫ ଅଭିଯୁକ୍ତ ଥିବା ନେଇ ସୂଚନା ରହିଛି । ବାହାନଗା ଆସିଷ୍ଟାଣ୍ଟ ଷ୍ଟେସନ ମ୍ୟାନେଜର, ସିଗନାଲ ଷ୍ଟାଫଙ୍କ ସହ ୫ଜଣଙ୍କୁ ହେପାଜତକୁ ନେଲା ସିବିଆଇ । ସୂଚନା ଅନୁସାରେ, ୪ ଜଣ ସିଗନାଲ କର୍ମଚାରୀଙ୍କୁ ପଚରାଉଚରା କରିବା ପରେ ସେମାନଙ୍କୁ ହେପାଜତକୁ ନେଇଛି CBI । ସେହିପରି ସିବିଆଇର ଆଉ ୪ ଜଣିଆ ଟିମ୍ କ୍ଷତିଗ୍ରସ୍ତ ଟ୍ରାକରେ ସ୍କାନିଂ କରୁଛି । କ୍ୟାମେରା ସାହାଯ୍ୟରେ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ଟ୍ରକର CBI ସ୍କାନିଂ କରୁଥିବା ନେଇ ସୂଚନା ରହିଛି ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣା ଦିନ ୪ ସିଗ୍ନାଲ ଷ୍ଟାଫ ସିଗ୍ନାଲ ଟେଷ୍ଟ ନକରି ଘରକୁ ପଳାଇଯାଇଥିଲେ । ଜୁନ୍ ୨ ତାରିଖରେ ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିବା ପରେ ଏହାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିଲା ।

ସୂଚନାଥାଉ ଯେ, ଏହି ଭୟଙ୍କର ଦୁର୍ଘଟଣାରେ 288 ଲୋକ ପ୍ରାଣ ହରାଇଥିବା ବେଳେ ୯୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ତେବେ ଏତେ ବଡ଼ ଦୁର୍ଘଟଣା ଘଟିବାର କାରଣ ବର୍ତ୍ତମାନ ସିବିଆଇ ଖୋଜୁଛି ।