ଫେକ୍ ଭୋଟର ସାବଧାନ୍,ନଚେତ ଜେଲ : ରାଜ୍ୟ ନିର୍ବାଚନ କମିଶନ

ପଞ୍ଚାୟତ ନିର୍ବାଚନ ଭୋଟ ସମୟରେ ଫେକ୍ ଭୋଟର ଧରାପଡ଼ିଲେ ସିଧା ଯିବେ ଜେଲ I ଅର୍ଥାତ୍ ପରିଚୟ ପତ୍ରରେ ତ୍ରୁଟି ଥିଲେ, ଭୋଗିବାକୁ ପଡ଼ିବ ଜେଲ୍ ଦଣ୍ଡ Iଆଜି ଆୟୋଜିତ ଏକ ପ୍ରେସମିଟରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ସୂଚନା ଦେଇଛନ୍ତି । ଏହା ସହିତ ଫେକ ଭୋଟରଙ୍କୁ ସାବଧାନ କରାଇଛନ୍ତି । ସେ କହିଛନ୍ତି ପଞ୍ଚାୟତ ନିର୍ବାଚନରେ ଭୋଟ ଦେବା ପାଇଁ ଭୋଟରଙ୍କ ନାଁ ଭୋଟର ଲିଷ୍ଟରେ ଥିବା ଦରକାର ଏବଂ ତାଙ୍କର ପରିଚୟ ପତ୍ର ମଧ୍ୟ ଠିକ୍ ଥିବା ଦରକାର। ଯଦି ଭୋଟରଙ୍କ ଉପରେ ପୋଲିଂ ଏଜେଣ୍ଟଙ୍କର କୌଣସି ସନ୍ଦେହ ହୁଏ, ତାହାହେଲେ ସେ ଚ୍ୟାଲେଞ୍ଜ କରିପାରିବେ। ଏଥିପାଇଁ ପୋଲିଂ ଏଜେଣ୍ଟଙ୍କୁ ପ୍ରିଜାଇଡିଂ ଅଫିସରଙ୍କ ପାଖରେ ୨ ଟଙ୍କା ଦାଖଲ କରିବାକୁ ପଡ଼ିବ। ପରେ ପିଜାଇଡିଂ ଅଫିସର ସ୍ପଟ୍ ଉପରେ ଯାଞ୍ଚ କରିବେ। ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ଭୋଟରଙ୍କୁ ପୁଲିସ ଜିମାରେ ୨ ଟଙ୍କା ଫେରାଇ ଦିଆଯିବ। ଯଦି ଅଭିଯୋଗ ମିଛ ପ୍ରମାଣିତ ହେଲେ ସେ ଭୋଟ ଦେଇପାରିବେ। ସେ ଆହୁରି କହିଛନ୍ତି, ଯଦି କୌଣସି ବ୍ୟକ୍ତି ନାଁରେ ଅନ୍ୟ ଜଣେ ଭୋଟ ଦେଇଥିବ। ସେ କ୍ଷେତ୍ରରେ ସେହି ବ୍ୟକ୍ତିଙ୍କୁ ଟ୍ରେଣ୍ଡଡ୍ ଭୋଟ୍ ପାଇଁ ଅନୁମତି ଦିଆଯିବ। ମାତ୍ର ସେ ଭୋଟ ଦେଇଥିବା ବାଲାଟ ପେପରକୁ ଅଲଗା ରଖାଯିବ ଏବଂ ତାଙ୍କ ଭୋଟକୁ କାଉଣ୍ଟ କରାଯିବନାହିଁ। ପରେ କୋର୍ଟ ନିର୍ଦ୍ଦେଶ ଆସିଲେ, ଭୋଟର କାଉଣ୍ଟିଂ ହେବ।

ଅନ୍ୟପଟେ ନିର୍ବାଚନ ପରିଚାଳନାରେ ଭାଗ ନେଇଥିବା ପୋଲିଂ ଅଫିସର ମାନେ ଭୋଟ ଦେବା ପାଇଁ କୌଣସି ବ୍ୟବସ୍ଥା ନଥିବା କହିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ଅଧିକାରୀ।