ଫେସବୁକ ବ୍ୟବହାର କାରୀମାନେ ହେଇଯାଆନ୍ତୁ ସାବଧାନ : ଏପରି ମନ୍ତବ୍ୟ ପାଇଁ ଯିବାକୁ ପଡିପାରେ ଜେଲ

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି। ଫେସବୁକ ଓ ଇନ୍‌ଷ୍ଟାଗ୍ରାମ୍‌ ଏବେ ସବୁଠାରୁ ଅଧିକ ଲୋକପ୍ରିୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଭାବେ ପରିଗଣିତ ହେଉଛି। ଯଦି ଆପଣ ମଧ୍ୟ ଜଣେ ଫେସବୁକ୍ ବ୍ୟବହାରକାରୀ ତେବେ ନିର୍ଦ୍ଦିଷ୍ଟ କିଛି ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଏହି ଆପ୍‌ ବ୍ୟବହାର କରିବା ପୂର୍ବରୁ ଅଧିକ ସତର୍କ ରୁହନ୍ତୁ। କାରଣ ଫେସ୍‌ବୁକ୍‌ରେ ଫେସବୁକରେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ମନ୍ତବ୍ୟ ଦେବା ପାଇଁ ଆପଣଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଆପଣଙ୍କୁ ଜେଲ ବି ହୋଇପାରେ।

ଫେସ୍‌ବୁକର ନୂଆ ନିୟମ ଅନୁସାରେ, ଯଦି ଆପଣ କୌଣସି ପୋଷ୍ଟର କମେଣ୍ଟରେ ଜାତିବାଦୀ କିମ୍ବା କୌଣସି ଗୋଟିଏ ଧର୍ମ ସହ ଜଡ଼ିତ କିଛି କମେଣ୍ଟ କରୁଛନ୍ତି। ତେବେ ଆପଣଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ସେହିପରି କୌଣସି ପୋଷ୍ଟରେ ଯଦି ଆପଣ କାହାକୁ ବେଜିତ କରୁଛନ୍ତି କିମ୍ବା ଗାଳି ଦେଉଛନ୍ତି କିମ୍ବା କିଛି ଅଶ୍ଳୀଳ ଫଟୋ ଦେଉଛନ୍ତି। ତେବେ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୌଣସି ଫଟୋ, ଭିଡିଓ କିମ୍ବା ଲେଖାର କମେଣ୍ଟରେ ଯଦି କିଛି ହିଂସାତ୍ମକ କମେଣ୍ଟ କରୁଛନ୍ତି ତେବେ ବି ଆପଣଙ୍କ ବିରୋଧରେ ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଯଦି କେହି ଆପଣଙ୍କର କୌଣସି ପୋଷ୍ଟରେ ଏଭଳି ଅଭଦ୍ର ତଥା ଅଶ୍ଳୀଳ କମେଣ୍ଟ କରୁଛି, ତେବେ ଆପଣ ମଧ୍ୟ ତା’ ବିରୋଧରେ ଏତଲା ଦେଇପାରିବେ। ଫେସ୍‌ବୁକ୍‌ରେ ପ୍ରତି ୟୁଜରଙ୍କ ପାଖରେ କୌଣସି ନା କୌଣସି କମେଣ୍ଟକୁ ରିପୋର୍ଟ କରିବା ଅପ୍‌ସନ୍‌ ରହିଛି। ଏହା ଦ୍ୱାରା ୟୁଜର ଫେସ୍‌ବୁକ୍‌କୁ ଭୁଲ କମେଣ୍ଟର ସୂଚନା ଦେଇପାରିବେ।

ତେବେ ଫେସ୍‌ବୁକ୍‌ ବ୍ୟବହାରକାରୀ ଏଭଳି କମେଣ୍ଟ କରିବାରୁ ବିରତ ରୁହନ୍ତୁ। ଏହା ଦ୍ୱାରା ଫେସ୍‌ବୁକ୍‌ ଆପଣଙ୍କ ବିରୋଧରେ କଡ଼ାକୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ ଏବଂ ଆପଣ ବିନା କୌଣସି ପ୍ରତିବନ୍ଧକରେ ଏହି ଆପ୍‌ ବ୍ୟବହାର କରିପାରିବେ।

Comments (0)
Add Comment