ବଙ୍ଗୀୟ ଗାୟିକା ସନ୍ଧ୍ୟା ମୁଖାର୍ଜୀଙ୍କ ହୃଦଘାତରେ ପରଲୋକ :ଗ୍ରହଣ କରି ନ ଥିଲେ ପଦ୍ମଶ୍ରୀ ସମ୍ମାନ

ଦୀର୍ଘ ଧରି ଚିକିତ୍ସାଧୀନ ଥିବା ପ୍ରସିଦ୍ଧ ବଙ୍ଗୀୟ ଗାୟିକା ସନ୍ଧ୍ୟା ମୁଖାର୍ଜୀଙ୍କ ହୃଦଘାତ ରେ ପରଲୋକ । ଚିକିତ୍ସାଧୀନ ସମୟରେ ହୃଦଘାତ ଯୋଗୁଁ ସେ ଆହୁରି ଅଧିକ ଗୁରୁତର ହୋଇ ପଡ଼ିଥିଲେ I ତେବେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମାନଙ୍କର ସମସ୍ତ ଉଦ୍ୟମ ବିଫଳ ହୋଇଥିଲା I ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । କରୋନା ସଂକ୍ରମିତ ହୋଇ ଗତ ଜାନୁୟାରୀରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସନ୍ଧ୍ୟା ମୁଖାର୍ଜୀ ।
ଗତ କିଛି ଦିନ ତଳେ ସେ ପାଇଥିବା ପଦ୍ମଶ୍ରୀ ପୁରସ୍କାରକୁ ଫେରାଇ ଚର୍ଚ୍ଚା କୁ ଆସିଥିଲେ ସନ୍ଧ୍ୟା I ତେବେ ପରିଣତ ବୟସରେ ଜଣେ ଗାୟିକାଙ୍କୁ ଏପରି ସମ୍ମାନ ଜଣାଇବା ଅପମାନ ଜନକ ବୋଲି, ସେ ଗଣତନ୍ତ୍ର ଦିବସରେ ଏହି ପୁରସ୍କାରକୁ ଫେରାଇ ଦେଇଥିଲେ । ଏନେଇ ତାଙ୍କ ଝିଅ ସୌମୀ ସେନଗୁପ୍ତା ସୂଚନା ଦେଇଥିଲେ ।

୬୦ ଓ ୭୦ ଦଶକରେ ସନ୍ଧ୍ୟା ମୁଖାର୍ଜୀଙ୍କ ଗୀତ ବେଶ ଚର୍ଚ୍ଚାରେ ରହିଥିଲା। ସେ ବେଙ୍ଗଲୀ ଭାଷାରେ ପ୍ରାୟ ହଜାରେରୁ ଅଧିକ ଗୀତ ଗାଇଛନ୍ତି। ଏହାବାଦ ଅନ୍ୟ ୧୨ଟି ଭାଷାରେ ମଧ୍ୟ ସେ କଣ୍ଠଦାନ କରିଥିଲେ। ଲିଜେଣ୍ଡାରୀ କଣ୍ଠଶିଳ୍ପୀ ହେମନ୍ତ ମୁଖାର୍ଜୀଙ୍କ ସହ ତାଙ୍କର ଯୁଗଳବନ୍ଦୀ ସମସ୍ତଙ୍କୁ ପସନ୍ଦ ଆସୁଥିଲା। ବଙ୍ଗଳାରେ ଏକ ହଜାରରୁ ଅଧିକ ଏବଂ ଅନେକ ଭାଷାରେ ସେ ଗୀତ ଗାଇ ପ୍ରସିଦ୍ଧି ଲାଭ କରିଛନ୍ତି ।

ସଂଗୀତ ଜଗତ ପ୍ରତି ତାଙ୍କର ଅବଦାନକୁ ଦୃଷ୍ଟିରେ ରଖି ୨୦୧୧ରେ ବେଙ୍ଗଲ ସରକାର ତାଙ୍କୁ ରାଜ୍ୟର ସର୍ବୋଚ୍ଚ ବେସାମରିକ ସମ୍ମାନ ବଙ୍ଗ ବିଭୂଷଣରେ ସମ୍ମାନୀତ କରିଥିଲେ। ତାଙ୍କ ମୃତ୍ୟୁ ରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି I