ହିତାଧିକାରୀ ପାଇବେ ଆଉ ୯ ଲକ୍ଷ ଆବାସ ଗୃହ

ଭୁବନେଶ୍ୱର : ରାଜ୍ୟରେ ହିତାଧିକାରୀ ପାଇବେ ଆଉ ୯ ଲକ୍ଷ ଆବାସ ଗୃହ I ଖୁବଶୀଘ୍ର ପ୍ରକୃତ ହିତାଧିକାରୀଙ୍କୁ ସରକାରଙ୍କ ତରଫରୁ ଆବାସ ଗୃହ ବଣ୍ଟନ କରାଯିବ। ବହୁ ଅଯୋଗ୍ୟ ହିତାଧିକାରୀ ଘର ପାଉଥିବା ନେଇ ବିଭିନ୍ନ ବର୍ଗରୁ ଅଭିଯୋଗ ଆସିବା ପରେ ସାଧାରଣ ଜନତାଙ୍କ ଠାରୁ ବିସ୍ତୃତ ଭାବେ ଅଭିଯୋଗ ମଗାଯାଇଥିଲା । ସେସବୁକୁ ତର୍ଜମା କରାଯାଇ ମୁଖ୍ୟମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ବିଭାଗୀୟ ସଚିବ ସୁଶୀଲ କୁମାର ଲୋହାନି ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ତାସହ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟର ସମସ୍ତ ବ୍ଲକରେ ସ୍ଥାପନ ହେବ ଗ୍ରାମୀଣ ଇଣ୍ଡଷ୍ଟ୍ରିଆଲ୍ ପାର୍କ । ତାସହ ଆସନ୍ତା ବର୍ଷକ ମଧ୍ୟରେ ସମସ୍ତ ବ୍ଲକରେ ମିଶନ୍ ଶକ୍ତି କାଫେ ନିର୍ମାଣ ଏବଂ କାର୍ଯ୍ୟକ୍ଷମ ହେବ । ତାସହ ସମସ୍ତ ଘରକୁ ପାନୀୟ ଜଳ ଯୋଗାଣକୁ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ଓ ସଚିବ। ଏହାସହିତ ରାଜ୍ୟର ପ୍ରତିଟି ବ୍ଲକରେ ଗ୍ରାମୀଣ ଇଣ୍ଡଷ୍ଟ୍ରିଆଲ ପାର୍କ ସ୍ଥାପନ କରାଯିବ । ସେହିପରି କିଛି ସମୟ ପୂର୍ବରୁ ପରିବହନ ସଚିବ ଉଷା ପାଢୀ ମଧ୍ୟ ଓଡିଶାବାସୀଙ୍କ ପାଇଁ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାକୁ ‘ଲକ୍ଷ୍ମୀ’ ସ୍କିମରେ ସରକାରଙ୍କ “ମୋ ବସ୍’ ସେବା ଯୋଗାଇ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି ।