ପ୍ରେମ କଲା ବାଇଆ, ହତ୍ୟା କରି ପ୍ରେମିକା ସହ ବୃଦ୍ଧ ଫେରାର

ମୁମ୍ବାଇ: ପ୍ରେମ କଲା ବାଇଆ। ନୃସଂଶତାର ସବୁ ସୀମା ଲଙ୍ଘି ପ୍ରେମିକା ସହ ଫେରାର ହୋଇଯାଇଛନ୍ତି ୬୫ ବର୍ଷୀୟା ବୃଦ୍ଧ। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ପୁନେର ଅଲାଣ୍ଡି ଅଞ୍ଚଳରେ । ଅଭିଯୁକ୍ତ ଜଣଙ୍କ ହେଉଛି ଚାରହୋଲି କର୍ଦ ଅଞ୍ଚଳର କେରବା ଚାବନ । ମୃତକ ଜଣଙ୍କ ହେଉଛନ୍ତି ଅଭିଯୁକ୍ତଙ୍କ ସମ୍ପର୍କୀୟ ରବୀନ୍ଦ୍ର ଭୀମାଜୀ ଘେନାଣ୍ଡ । ସୂଚନା ଅନୁଯାୟୀ, ପ୍ରେମିକା ସହ ଫେରାର ହେବା ପାଇଁ ଅଭିଯୁକ୍ତ ଜଣଙ୍କ ସମ୍ପର୍କୀୟ ରବୀନ୍ଦ୍ର ଭୀମାଜୀ ଘେନାଣ୍ଡଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରିଥିଲେ । ସମ୍ପର୍କୀୟଙ୍କ ମୁଣ୍ଡକୁ ଗଣ୍ଡିରୁ ଅଲଗା କରିଦେଇ ନିଜ ପୋଷାକ ପିନ୍ଧାଇ ଦେଇଥିଲା । ଏହାପରେ ଘଟଣାସ୍ଥଳରୁ ନିଜ ପ୍ରେମିକା ସହ ଚମ୍ପଟ ମାରିଥିଲା । ପୋଲିସ ଆହୁରି ମଧ୍ୟ କହିଛି ଯେ, ଅଭିଯୁକ୍ତ ଜଣେ ଜଣେ ମହିଳାଙ୍କୁ ଭଲ ପାଉଥିଲେ, କିନ୍ତୁ ତାଙ୍କ ପରିବାର ଲୋକେ ଏହାକୁ ଗ୍ରହଣ କରୁନଥିଲେ । ଶେଷରେ ସେ ପ୍ରେମିକା ସହ ଫେରାର ହେବାକୁ ଚିନ୍ତା କରିଥିଲେ । ଗତ ଡିସେମ୍ବର ୧୬ ତାରିଖରେ ଅଭିଯୁକ୍ତ ନିଜ ସମ୍ପର୍କୀୟଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ଏହାପରେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ଜଣଙ୍କ ସତ ସ୍ୱୀକାର କରିଥିବା ପୋଲିସ କହିଛି । ହତ୍ୟାରେ ବ୍ୟବହୃତ ଅସ୍ତ୍ର ଓ ମୃତକଙ୍କ କଟାମୁଣ୍ଡକୁ ଜବତ କରିଛି ପୋଲିସ । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Beloved wife