ନୂଆପଡ଼ା ଭୋଟ୍ ପୂର୍ବରୁ ବବିଙ୍କ ନାଁରେ ଏତଲା, ବିଜେଡି କହିଲା ଜାଣିଶୁଣି ବିଜେପି ରଚୁଛି ପ୍ଲାନ୍

ଭୁବନେଶ୍ୱର : ଉପନିର୍ବାଚନ ମାହୋଲ ସରଗରମ ହେବାରେ ଲାଗିଛି। ତିନି ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରଚାର ଜାରି ରହିଛି। ଏହାରି ଭିତରେ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଓ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଆଁରେ କୋମନା ଥାନାରେ ଲିଖତ ଅଭିଯୋଗ ପରେ ଏବେ ମାମଲା ରୁଜୁ ହୋଇଛି। ଜଣେ ବିଜେପି ସମର୍ଥକଙ୍କୁ ବିଜେଡ଼ି ନେତା ଆକ୍ରମଣ କରିବା ସାଙ୍ଗକୁ ହତ୍ୟା ଧମକ ନେଇ ଥାନାରେ ଲିଖତ ଅଭିଯୋଗ ହୋଇଛି। ଏନେଇ ବିଏନଏସ୍ ଧାରା ୨୯୬, ୩୫୧(୨), (୩), (୫), ୧୨୬(୨),  ୧୧୫(୨)ରେ  ମାମଲା ରୁଜୁ ହୋଇଥିବା ପୁଲିସ ସୂଚନା ଦେଇଛି।କୋମନା ଥାନା ଅଞ୍ଚଳର ଜିତୁ ଅଡବଙ୍ଗ ଉଭୟଙ୍କ ନାଁରେ ଏତଲା ଦେଇଥିଲେ । ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଡାକି,ତାଙ୍କୁ ମାଡ଼ ମରାଯାଇଥିବା ଏତଲାରେ ଦର୍ଶାଇଥିଲେ ଜିତୁ। ଏହାସହ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରାଯିବା ସହ କାହିଁକି ବିଜେପିରେ ବୁଲୁଛୁ କହି ପିଟିଥିବା ଅଭିଯୋଗ କରିଥିଲେ। ଏପରିକି ପୋଲିସ ଉଦ୍ଧାର କରିନଥିଲେ ସେ ଜୀବନ ହରାଇଥାନ୍ତେ ବୋଲି ଅଭିଯୋଗ କରିଥିଲେ। ତେବେ ଏନେଇ ବବି ଦାସ କିମ୍ବା ଅଧିରାଜ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ମିଳିପାରିନି।

Before Nuapada electionsBobby's name was mentioned