ଭୁବନେଶ୍ବର: ବିଦ୍ୟାଳୟରେ ସରସ୍ବତୀ ପୂଜା ଚାଲିଥିବା ବେଳେ ମହୁମାଛି ଆକ୍ରମଣ । ମହୁମାଛି ଆକ୍ରମଣରେ ୧୫ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଭବାନୀପାଟଣା ଘରୋଇ ହାଇଟେକ୍ ସ୍କୁଲରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ, ଭବାନୀପାଟଣାର ଘରୋଇ ହାଇଟେକ୍ ସ୍କୁଲରେ ସରସ୍ୱତୀ ପୂଜା ଚାଲିଥିଲା । ଏହା ସମୟରେ ସ୍କୁଲ୍ର ଛାତ୍ରଛାତ୍ରୀ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ଏଥିରେ ୨୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ । ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।