ଜାମତାରା ଗ୍ୟାଙ୍ଗକୁ ନେଇ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ପ୍ରେସମିଟ୍,ଅଜଣା ନମ୍ବର ରୁ କଲ ଆସିଲେ ରୁହନ୍ତୁ ସତର୍କ

ଗତ ଜାନୁଆରୀ ୨୯ ତାରିଖରେ ଭୁବନେଶ୍ୱରରୁ ଜାମତାରା ଗ୍ୟାଙ୍ଗର ୩ ଠକଙ୍କୁ ଗିରଫ ହୋଇଥିଲେ ଇ ଏହି ଠକ ମାନେ ଅନଲାଇନ ମାଧ୍ୟମରେ ଫ୍ରଡ଼ କଲ କରି ଲୋକଙ୍କ ଆକାଉଣ୍ଟ ଖାଲି କରିଦେଉଥିଲେ I ଏହି ଠକେଇ ସମ୍ପର୍କ ରେ ଆଜି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ପ୍ରେସ ମିଟ କରି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡର ସୁରାକ ମିଳିଛି । ମାଷ୍ଟରମାଇଣ୍ଡ ଜଣକ ଝାଡଖଣ୍ଡର ହୋଇଥିବା ସୂଚନା ମିଳିଛି ।ଏହି ଗ୍ୟାଙ୍ଗ ମିଳିତ ହୋଇ ୭ଟି ରାଜ୍ୟରେ ୫୫ଟି ଠକେଇ କରିଛନ୍ତି । ମାଷ୍ଟରମାଇଣ୍ଡ ସିଧାସଳଖ ବ୍ୟାଙ୍କ ଖାତାରୁ ଟଙ୍କା କାଢ଼ିନେଉଥିଲା ।’ ଏଡିଜି ଆହୁରି କହିଛନ୍ତି ଯେ ‘ମାଷ୍ଟରମାଇଣ୍ଡ ଏଜେଣ୍ଟମାନଙ୍କୁ ସର୍ତ୍ତମୂଳକ ଭାବେ ଲୁଟ୍ ଟଙ୍କା ଦେଉଥିଲା । ଜାମତାରା ଗ୍ୟାଙ୍ଗକୁ ଡାଟା ଯୋଗାଉଥିବା ବ୍ୟକ୍ତିର ତଥ୍ୟ ମିଳିଛି । ୨୦ ହଜାର ଡାଟା ପାଇଁ ୫ ହଜାର ଟଙ୍କା ନେଉଥିଲା । ଗତ ଜାନୁୟାରୀ ମାସରେ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପରେ ଏହି ତଥ୍ୟ କ୍ରାଇମବ୍ରାଂଚ ହାତରେ ଲାଗିଛି । ଗିରଫ ତିନିଜଣକ ମଧ୍ୟରୁ ୨ ଅଭିଯୁକ୍ତ ଝାଡ଼ଖଣ୍ଡର ପ୍ରଧୁମ ମଣ୍ଡଳ ଓ କ୍ରିଷ୍ଣ କୁମାର ମଣ୍ଡଳ । ଅନ୍ୟ ଜଣେ ଅଭିଯୁକ୍ତ ଧାନବାଦର ଚେତଲାଲ ମଣ୍ଡଳ । ସେମାନେ ଡିସେମ୍ବର ୨୮ରୁ ଭୁବନେଶ୍ୱରରେ ଆସି ରହୁଥିଲେ । ରସୁଲଗଡ଼ରେ ଏକ ଭଡ଼ା ଘର ନେଇ ଚଳାଇଥିଲେ ନେଟୱର୍କ । ଲୋକଙ୍କୁ ଏସଏମଏସ, ଗିଫ୍ଟ କାର୍ଡ ଯୋଜନା, କେୱାଇସି ଅପଡେଟ ନାଁରେ ଠକୁଥିଲେ ଏହି ଠକ ।
ଏହି ଠକାମୀ ସମ୍ପର୍କରେ ଏଡିଜି କହିଛନ୍ତି କୌଣସି ଅଜଣା ନମ୍ବରରୁ ଆସିଥିବା କଲ୍, ମେସେଜ୍ ପ୍ରତି ସତର୍କ ରୁହନ୍ତୁ । କୌଣସି ବ୍ୟକ୍ତିଗତ ନମ୍ବରରୁ କେହି କଲ୍ କରି ଡାଟା ମାଗିଲେ ଦିଅନ୍ତୁ ନାହିଁ । କେୱାଇସି ଅପଡେଟ ବା ଓଟିପି ନମ୍ବର ଆଦୌ ଶେୟାର କରନ୍ତୁ ନାହିଁ । ଆସୁଥିବା ଅଜଣା କଲ୍ ନ୍ୟାସନାଲ ସାଇବର କ୍ରାଇମ ପୋର୍ଟାଲରେ ଜଣାଇବା ନେଇ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ଏନେଇ ସୂଚନା ମିଳିବା ପରେ ସତର୍କ ରହିବାକୁ କହିଛି କ୍ରାଇମବ୍ରାଂଚ ।

Comments (0)
Add Comment