ଭୁବନେଶ୍ବର,:ଚନ୍ଦ୍ରଶେଖରପୁର ନୀଳମାଧବ ଗୃହ ନିର୍ମାଣ ପ୍ରକଳ୍ପ ପାଇଁ ଗତ କାଲି ଓ ଆଜି ବିଡିଏ ପକ୍ଷରୁ କେୟାର ହସ୍ପିଟାଲ୍ ନିକଟ ନୀଳମାଧବ ବସ୍ତି(ପ୍ୟାଚ୍-ବି)ରେ ଜବରଦଖଲ ଉଚ୍ଛେଦ କରାଯାଇଛି। ବସ୍ତିବାସିନ୍ଦାଙ୍କ ଜୋରଦାର ବିରୋଧ ସତ୍ତ୍ବେ 240 ଟି ଆଜ୍ବେଷ୍ଟସ୍ ଘର ଭଙ୍ଗାଯାଇଛି। ତା’ ସହିତ ପାଇଖାନା ଓ ଗାଧୁଆଘର ଉଚ୍ଛେଦ ହୋଇଛି। ଏଥିରେ 125 ପରିବାରଙ୍କ ଘର ଭାଙ୍ଗିଛି। ଯେଉ ମାନଙ୍କ ଘର ଭାଙ୍ଗିଛି ସେମାନଙ୍କୁ ବହୁ ପୂର୍ବରୁ କନ୍ୟାଶ୍ରମ ନିକଟ ଟ୍ରାଞ୍ଜିଟ୍ ହାଉସ୍ରେ ଥଇଥାନ କରାଯାଇଛି। ଆଜି patch B ନିମନ୍ତେ ଯଉ ଜାଗା ଦରକାର ତାହା ସମ୍ପୂର୍ଣ୍ଣ ରୂପେ ଖାଲି କରାଯାଇଛି। ଏଠାରେ ଘର ନିର୍ମାଣ କରାଯାଇ ପ୍ରଦାନ କରାଯିବ।
ଆଜିର ଉଚ୍ଛେଦରେ ୨ଟି ଜେସିବି ବିଡିଏ ପକ୍ଷରୁ ଯୋଗାଇ ଦିଆଯାଇଥିଲା। ଚନ୍ଦ୍ରଶେଖରପୁର ପୁଲିସ ସମେତ ୨ପ୍ଲାଟୁନ୍ ପୁଲିସ ଫୋର୍ସ ଓ ଏକ ପ୍ଲାଟୁନ୍ ମହିଳା ପୁଲିସ ସହାୟତାରେ ଏହି ଉଚ୍ଛେଦ ହୋଇଛି। ବିଡିଏ ଯୁଗ୍ମଆୟୁକ୍ତ(ଏନ୍ଫୋର୍ସମେଣ୍ଟ) ରଞ୍ଜନ ଜେନାଙ୍କ ନେତୃତ୍ବରେ ଏନ୍ଫୋର୍ସମେଣ୍ଟ ଓଏସ୍ଡି ଦେବରାଜ ସେଠୀ, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ଜୋନାଲ୍ ଏସିପି ସୋନାଲି ସିଂ ପାରମର, କନିଷ୍ଠ ଏନ୍ଫୋର୍ସମେଣ୍ଟ ଅଫିସର ସିଦ୍ଧାନ୍ତ ସାହୁ(ଓମାସ୍), ଚନ୍ଦ୍ରଶେଖରପୁର ଥାନା ଆଇଆଇସି ଗିରିଶ ମହାରଣା, ୧ ରୁ ୬ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ଏହି ଉଚ୍ଛେଦରେ ସାମିଲ୍ ହୋଇଥିଲେ।