BBC ର ରିପୋର୍ଟିଂ ଉପରେ କଡ଼ା ଆପତ୍ତି ଉଠାଇଲେ, ଭାରତ ସରକାର

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ବିବିସିର ମିଡିଆ କଭରେଜକୁ ନେଇ କଡ଼ା ଆପତ୍ତି ଉଠାଇଛନ୍ତି ଭାରତ ସରକାର। “Pakistan suspends visas for Indians after deadly Kashmir attack,”ର ଆର୍ଟିକିଲରେ ଆତଙ୍କୀ ହମ୍‌ଲାକୁ ସେନା ଆକ୍ରମଣ ଭାବେ ବିବେଚନା କରିଛି । Terror Attackକୁ ‘Militant Attack’ ଭାବେ ଉଲ୍ଲେଖ କରିଛି । ତେବେ ଆର୍ଟିକିଲ୍ ପ୍ରସାରିତ ହେବା ପରେ ମୋଦି ସରକାର ବିବିସିର ଭାରତ ମୁଖ୍ୟ ଜ୍ୟାକି ମାର୍ଟିନଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଲେଖାଯାଇଛି ଯେ,ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବିବିସିର ରିପୋର୍ଟିଂ ଉପରେ ଆଗକୁ ନଜର ରଖିବ।