ରଣକ୍ଷେତ୍ର ପାଲଟିଲା ରାଜଧାନୀ ରାଜରାସ୍ତା : ପୋଲିସ ଉପରକୁ ଟେକା ପଥର ସାଙ୍ଗକୁ ଅଣ୍ଡାମାଡ

ବିଧାନସଭାକୁ ଧସେଇ ପଶିବା ଉଦ୍ୟମ ବେଳେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ପ୍ରତିବାଦ କରୁଛି ଛାତ୍ର କଂଗ୍ର୍ରେସ I ଏହି ପ୍ରତିବାଦ ସମୟରେ ଛାତ୍ର କଂଗ୍ରେସ ତରଫରୁ ପୋଲିସ ଉପରକୁ ଅଣ୍ଡା ଏବଂ ଟମାଟୋ ମାଡ଼ କରାଯାଇଥିଲା I ତେଣୁ ବିଧାନ ସଭା ସମ୍ମୁଖ ରାଜରାସ୍ତା ରଣକ୍ଷେତ୍ର ପାଲଟି ଯାଇଥିଲା I ବିଧାନ ସମ୍ମୁଖ ରୁ ଆନ୍ଦୋଳନ କାରୀ ଙ୍କୁ ହଟାଇବା ପାଇଁ ପୋଲିସ ପକ୍ଷରୁ ଲାଠି ଚାଳନା କରାଯାଇଥିବା ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି I ଖାଲି ସେତିକି ନୁହେଁ, କଂଗ୍ରେସ ଦଳୀୟ କାର୍ଯ୍ୟାଳୟ ଭିତରେ ପଶି ବି ପୁଲିସ କର୍ମୀମାନଙ୍କୁ ପିଟିଛି। ସେହିପରି କଂଗ୍ରେସ ପକ୍ଷରୁ କୁହାଯାଇଥିଲା କି ସରକାର ବଳପ୍ରୟୋଗ କରି ଏହି ପ୍ରସଙ୍ଗକୁ ଚପାଇବାକୁ ଉଦ୍ୟମ କରୁଛି । ତେଣୁ ପୁଲିସ୍‌ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ, ଛାତ୍ର କଂଗ୍ରେସ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକରେ ଧାରଣା ଦିଆଯାଇଛି।ଗତକାଲି ମଧ୍ୟ ଏହି ପ୍ରସଙ୍ଗରେ ବିଜେପି ଯୁବ ମୋର୍ଚ୍ଚା ମଧ୍ୟ ବିଧାନସଭା ଘେରାଉ କରିଥିଲା

ମାଡ଼ ମାରିଥିବା ପୁଲିସ ଗିରଫ ନହେବା ଯାଏ ଧାରଣା ଜାରି ରହିବ ଏବଂ ଏହି ଆନ୍ଦୋଳନ ଆହୁରି ତୀବ୍ରତର ହେବ କହିଲେ ଛାତ୍ର କଂଗ୍ରେସ ସଭାପତି କହିଛନ୍ତି। ଅପରପକ୍ଷରେ ପୁଲିସ ଡିସିପି ଉମାଶଙ୍କର ଦାଶ କହିଛନ୍ତି  କଂଗ୍ରେସ ପକ୍ଷରୁ ପୁଲିସ ଗାଡ଼ି ଜାଳିବାକୁ ଉଦ୍ୟମ ହୋଇଛି। ଅପରପକ୍ଷରେ ଛାତ୍ର କଂଗ୍ରେସ ସଭାପତି କହିଛନ୍ତି, ବିଜେଡି କର୍ମୀମାନେ ପୁଲିସ ଗାଡ଼ି ଜାଳିବାକୁ ଉଦ୍ୟମ କରିଥିଲେ। ସିସିଟିଭିରେ ଏସବୁ କଏଦ ଅଛି।

Comments (0)
Add Comment