ନୂଆ ବର୍ଷ ୨୦୨୨ ପାଇଁ ବାସ୍ତୁ ଟିପ୍ସ:ନୂଆ ବର୍ଷ ପୂର୍ବରୁ ଏହି ୧୦ ଟି ଶୁଭ ଜିନିଷକୁ ଘରକୁ ଆଣନ୍ତୁ, ଭାଗ୍ୟ ଉଜ୍ଜ୍ୱଳ କରନ୍ତୁ


ସମସ୍ତେ ଚାହାଁନ୍ତି ଯେ ନୂଆ ବର୍ଷରେ ନିଜ ଜୀବନକୁ ସୁଖମୟ କରିବା ପାଇଁ ତଥା ସମୃଦ୍ଧିଶାଳୀ କରିବା ପାଇଁ ତେବେ ଜାଣନ୍ତୁ କଣ କଲେ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ବର୍ଷସାରା ରହିବ I ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ …
ନୂଆ ବର୍ଷ ଆସିବାକୁ ପ୍ରାୟ ଏକ ମାସ ବାକି ଅଛି I ୨୦୨୨ ମସିହା କୁ ନେଇ ସମସ୍ତଙ୍କର ବହୁତ ଆଶା ଅଛି | ନୂଆ ବର୍ଷରେ, ଲୋକମାନେ ସମୃଦ୍ଧି ଏବଂ ପ୍ରଗତି ପାଇଁ ଇଚ୍ଛା କରନ୍ତି, କରନ୍ତୁ ଏହି ଉପାୟ

୧-ରୂପା ତିଆରି ହାତୀ: ନୂଆ ବର୍ଷ ଆରମ୍ଭ ହେବା ପୂର୍ବରୁ ଏହାକୁ ଘରେ ରଖନ୍ତୁ I ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହାର ଚମତ୍କାର ପ୍ରଭାବ ରହିଛି। ଏହା ଦ୍ୱାରା ରାହୁ ଏବଂ କେତୁଙ୍କର ଖରାପ ପ୍ରଭାବ ଦୂର ହୁଏ I ତା ସହିତ ଚାକିରୀ ଏବଂ ବ୍ୟବସାୟ ରେ ଉନ୍ନତି ହୋଇଥାଏ I ହାତୀ ରହିବା ଦ୍ୱାରା ଘର କଳହ ସମାପ୍ତ ହୋଇ ସୁଖ ଶାନ୍ତି ବିରାଜମାନ କରି ଥାଏ I

୨-ମେଟାଲ୍ କଇଁଛ: ସର୍ବପ୍ରଥମେ, ଆପଣ ଘରକୁ ଏକ ମେଟାଲ୍ ର କଇଁଛ ଆଣନ୍ତୁ ,ବା ସେହି ଆକୃତିର ଯେ କୌଣସି ପଦାର୍ଥରେ ନିର୍ମିତ କଇଁଛ ଆଣି ପାରିବେ I ଏହାକୁ ଉତ୍ତର ଦିଗରେ ରଖିଲେ ଘରୁ ନକାରାତ୍ମକ ଶକ୍ତି ଦୂର ହୋଇ ଥାଏ ଏବଂ ଘରେ ସମୃଦ୍ଧି ଆଣିଥାଏ


୩ – ଲାଫିଙ୍ଗ ବୁଦ୍ଧ: ଆପଣ ନୂଆ ବର୍ଷର ଶୁଭ ଅବସରରେ ହସୁଥିବା ବୁଦ୍ଧଙ୍କୁ ମଧ୍ୟ ଘରକୁ ଆଣିପାରିବେ I ଏହାକୁ ସର୍ବଦା ଉତ୍ତର-ପୂର୍ବ ଦିଗରେ ରଖନ୍ତୁ ଯଦି ଏହାର ମୁହଁ ଆପଣଙ୍କ ଦର୍ଜା ପଟକୁ ରହିବ ଅତି ଉତ୍ତମ ଈଏହା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହେବା ସହିତ ଘରେ ଆର୍ଥିକ ଉନ୍ନତି ଆସିଥାଏ I

୪ – ସ୍ୱସ୍ତିକ ଚିତ୍ର: ଘରେ ସ୍ଵସ୍ତିକ ଚିତ୍ର ରଖିବା ଦ୍ୱାରା ପ୍ରତ୍ୟେକ ଇଚ୍ଛା ପୂରଣ ହୁଏ I ପୁରାଣରେ ମଧ୍ୟ ବର୍ଣ୍ଣିତ ରହିଛି ଯେ ସ୍ଵସ୍ତିକ ଦେବୀ ଲକ୍ଷ୍ମୀ ଏବଂ ଗଣପତିଙ୍କ ପ୍ରତୀକ ଭାବରେ ପରିଗଣିତ ହୁଏ I ତେଣୁ ସ୍ୱସ୍ତିକ ଚିତ୍ରକୁ ପୂଜା ସ୍ଥାନରେ ଏବଂ ମୁଖ୍ୟ ଦୁଆର ସାମ୍ନା କାନ୍ଥରେ ମଧ୍ୟ ଲାଗି ପାରିବେ ଇ ସ୍ୱସ୍ତିକ ସଂସ୍କୃତ ଶବ୍ଦ ‘ସୁ’ ଏବଂ ଆସ୍ତିକ ରୁ ଉତ୍ପନ୍ନ ଯାହାର ଅର୍ଥ ଶୁଭ ବୋଲି ଧରାଯାଇଥାଏ ଇ ଏହା ଦ୍ୱାରା ପାରିବାରିକ ଏବଂ ଧନ ସମ୍ବନ୍ଧୀୟ କଷ୍ଟକୁ ଦୂର କରିଥାଏ I

୫ – ମୟୂର ପୁଚ୍ଛ : ମୟୂରର ପୁଛକୁ ମଧ୍ୟ ବହୁତ ଶୁଭ ଏବଂ ଚମତ୍କାର ଭାବରେ ବିବେଚନା କରାଯାଏ I ମୟୂରର ପୁଛକୁ ଆପଣ ଆଣି ସାମ୍ନା ଦୁଆର ଉପରେ ଛକି (X) ଆକାରରେ ଲଗାନ୍ତୁ ଏହା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହେବା ସହିତ ସ୍ୱାସ୍ଥ୍ୟ ର ଉନ୍ନତି ହୋଇ ଥାଏ ଇ ଯଦି ସମ୍ଭବ ହୁଏ ପୂଜା ସ୍ଥାନ ର ଦୁଇଟି ବଇଁଶୀ ଏବଂ ମୟୁର ପୁଛକୁ ରଖନ୍ତୁ ଭଗବାନ ଙ୍କ ଆଶୀର୍ବାଦ ଲାଭ ହେବ I ଏହା ସହିତ ଭାଗ୍ୟର ପଥରେ ଥିବା ସମସ୍ତ ବାଧାବିଘ୍ନକୁ ଦୂର କରିଥାଏ I କିନ୍ତୁ ମନେ ରଖନ୍ତୁ ଘରେ ମୟୁର ପୁଚ୍ଛ ର ଗୁଚ୍ଛ ରଖିବେ ନାହିଁ କେବଳ ୧ ରୁ ୩ ଟି ଖୋଲା ପୁଚ୍ଛ କିଣି ରଖିବେ I

୬- ଗୋମତି ଚକ୍ର: ସାଧାରଣ ପଥର ପରି ଦେଖାଯାଉଥିବା ଗୋମତି ଚକ୍ର ଚମତ୍କାର ଅଟେ | ଏହାକୁ ଗୋମତି ନଦୀ କୂଳରୁ ମିଳୁଥିବାରୁ ଏହାକୁ ଗୋମତି ଚକ୍ର କୁହାଯାଏ I ଗୋମତି ଚକ୍ର ଘରେ .ରହିବ ଦ୍ୱାରା ବ୍ୟକ୍ତି ଉପରେ କୌଣସି ପ୍ରକାର ବାଧା ଆସେନାହିଁ I ମନେ ରଖନ୍ତୁ ଗୋମତି ଚକ୍ର କୁ ସିନ୍ଦୁର ର ଡବାରେ ରଖନ୍ତୁ I ଯଦି ଆପଣ ୧୧ ଟି ଗୋମତି ଚକ୍ର କୁ ଆଣି ଏକାସହିତ ହଳଦିଆ କପଡ଼ାରେ ଗୁଡ଼ାଇ ଟଙ୍କା ବାକ୍ସରେ ରଖନ୍ତି ବଦଖର୍ଚ୍ଚ ରୁ ମୁକୁଳି ପାରିବେ I

୭-ଛୋଟ ନଡ଼ିଆ: ଛୋଟ ନଡ଼ିଆକୁ ନାଲି କପଡ଼ାରେ ଗୁଡ଼ାଇ ପୂଜା ସ୍ଥାନ ରେ କିମ୍ବା ଟଙ୍କା ବାକ୍ସରେ ରଖନ୍ତୁ ଏବଂ ସେହି ବର୍ଷ ଦୀପାବଳିର ଦ୍ୱିତୀୟ ଦିନରେ ନଦୀ କିମ୍ବା ପୋଖରୀରେ ବିସର୍ଜନ କରିଦିଅନ୍ତୁ ପୁଣି ଆଉ ଏକ ଛୋଟ ନଡ଼ିଆ ଆଣି ସେହିଭଳି ନାଲି କପଡ଼ାରେ ଗୁଡ଼ାଇ ରଖନ୍ତୁ ଏହା ଦ୍ୱାରା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହେବେ କାରଣ ନଡ଼ିଆକୁ ‘ଶ୍ରୀ’ ଫଳ କୁହାଯାଇଥାଏ I

୮-ମୋତି ଶଙ୍ଖ ବା ଦକ୍ଷିଣାବର୍ତ୍ତୀ ଶଙ୍ଖ : ସାଧାରଣ ଶଙ୍ଖ ଠାରୁ ଏହା ଅଧିକ ଚମକ ଡର ଏବଂ ଉଜ୍ଜ୍ୱଳ ହୋଇଥାଏ ଇ ଏହି ଶଙ୍ଖ କୁ ଆଣି ବିଧିବିଧାନ ଅନୁସାରେ ପୂଜା କରି ଘରର କିମ୍ବା ବ୍ୟବସାୟିକ ସ୍ଥଳରେ ଥିବା ଟ୍ରେଜେରୀରେ ରଖନ୍ତୁ ଆୟ ବଢିବ I

୯- ଶୁଆ ର ଚିତ୍ର କିମ୍ବା ପ୍ରତିମା: ବାସ୍ତୁ ଅନୁଯାୟୀ, ଏକ ଶୁଆ ର ଚିତ୍ର କିମ୍ବା ପ୍ରତିମା କୁ ଉତ୍ତର ଦିଗରେ ରଖିଲେ ପିଲାମାନଙ୍କର ଅଧ୍ୟୟନ ପ୍ରତି ଆଗ୍ରହ ବଢି ଥାଏ | ତାଙ୍କ ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ପାଏ କାରଣ ଶୁଆ ହେଉଛି ,ବିଶ୍ୱସ୍ତ ,ଦୀର୍ଘାୟୁ ଏବଂ ସୌଭାଗ୍ୟ ର ପ୍ରତୀକ Iଯଦି ଆପଣ ଘରେ ଅସୁସ୍ଥତା, ନିରାଶା, ଦାରିଦ୍ରତା ଏବଂ ଘରେ ସୁଖର ଅଭାବ ଅନୁଭବ କରୁଛନ୍ତି, ତେବେ ଘରେ ଏକ ଶୁଆ ର ଚିତ୍ର ଲଗାନ୍ତୁ I ଏହା ବହୁତ ଲାଭଦାୟକ ହେବ I

୧୦- ତୁଳସୀ କିମ୍ବା ମନି ପ୍ଲାଣ୍ଟ– ନୂଆ ବର୍ଷ ଅବସରରେ ଘରେ ଯେକୌଣସି ପ୍ରକାରର ଇନଡୋର ପ୍ଲାଣ୍ଟ ଲଗାଇବା ଶୁଭ ହେବ I ଯଦି ଆପଣ ଚାହାଁନ୍ତି, ଆପଣ ତୁଳସୀ କିମ୍ବା ମନି ପ୍ଲାଣ୍ଟ ମଧ୍ୟ ଆଣିପାରିବେ I ଏହି ସବୁ ଗଛ ଘରେ ରହିବା ଅତ୍ୟନ୍ତ ଶୁଭ ମନାଯାଇଥାଏ I କିନ୍ତୁ ଏହାର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ ଇ ଗଛ ଯେମିତି ଝାଉଁଳି ନ ଯାଏ I

Comments (0)
Add Comment