ବର୍ଷା-ଅନୁଭବ ବିବାଦ : ସୋସିଆଲ ମିଡିଆରେ ପରସ୍ପରକୁ ଆକ୍ଷେପ ନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଥମୁନାହିଁ ବର୍ଷା – ଅନୁଭବ ପାରିବାରିକ ବିବାଦ ମାମଲା I ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ଅନୁଭବ,ବର୍ଷା ଙ୍କୁ ଆକ୍ଷେପ କରି ଲଗାତାର ଭିଡିଓ ଭାଇରାଲ ଫଳରେ ଏହା ଆହୁରି ଉଗ୍ର ରୂପ ନେଇଛି I କେଶ କୋର୍ଟରେ ଥିବାବେଳେ ଅନୁଭବଙ୍କ ଏହି ଭଳି ଭିଡିଓ ଭାଇରାଲ ,ବର୍ଷା ଙ୍କ ଭାବ ମୂର୍ତିରେ ଆଞ୍ଚ ଆସୁଛି ବୋଲି ଏ ନେଇ କଟକ ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ ଲିଖିତ ଅଭିଯୋଗ କରିଥିଲେ I

ଆଜି ବର୍ଷାଙ୍କ ଆବେଦନର ଶୁଣାଣି କରି ସୋସିଆଲ ମିଡିଆରେ ପରସ୍ପର ଆକ୍ଷେପ ନକରିବାକୁ ହାଇକୋର୍ଟ ଏହି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି I ଏହାସହିତ କୋର୍ଟ ମଧ୍ୟ ଅନୁଭବଙ୍କୁ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୪ ରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ ହୋଇଛି I

ବର୍ତ୍ତମାନ ପର୍ଯ୍ୟନ୍ତ ଦୁହିଁଙ୍କ ପାରିବାରିକ ବିଚ୍ଛେଦ ମାମଲା କୋର୍ଟରେ ସମାଧାନ ହୋଇନାହିଁ । ତେଣେ ସାମାଜିକ ଗଣମାଧ୍ୟମରେ ଦୁହିଁଙ୍କ ନାମରେ ଥିବା ତଥାକଥିତ ଫ୍ୟାନ୍ କ୍ଲବ ଆକାଉଣ୍ଟରେ ଏହି ଘଟଣାର ବାଦ ପ୍ରତିବାଦ, ଆରୋପ ପ୍ରତ୍ୟାରୋପ ଦେଖାଦେଇଥିଲା। ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।