ବ୍ରହ୍ମପୁର ବଡ଼ ମେଡିକାଲ ରେ ଅଗ୍ନିକାଣ୍ଡ

ବ୍ରହ୍ମପୁର ବଡ଼ ମେଡିକାଲ ରେ ଅଗ୍ନିକାଣ୍ଡ । ଆଜି ମଧ୍ୟାହ୍ନରେ ଏମକେସିଜି ମେଡିକାଲ ପ୍ଲାଷ୍ଟିକ୍ ସର୍ଜରୀ ୱାର୍ଡର ପଞ୍ଚମ ମହଲାରୁ କୌଣସି କାରଣ ରୁ ଅଗ୍ନିକାଣ୍ଡ ଘଟିଥିଲା। ୱାର୍ଡରୁ ଧୂଆଁ ବାହାରିବାରୁ ରୋଗୀ ବାହାରକୁ ଚାଲି ଆସିଥିବା ଜଣାପଡିଛି । ତେବେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ। ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ପ୍ରାୟ ୨୫ କର୍ମଚାରୀ ନିଆଁ ଲିଭାଇବାରେ ନିୟୋଜିତ ହୋଇଥିବା ବେଳେ ଏଥିନିମନ୍ତେ ସେମାନଙ୍କୁ ପ୍ରାୟ ୧୦ ମିନିଟ୍‌ ଲାଗିଥିଲା। ଓଟି-୧ର ସିଲିଂରେ ସର୍ଟସର୍କିଟ ହୋଇ ନିଆଁ ଲାଗି ତାହା ପଞ୍ଚମ ମହଲା ପର୍ଯ୍ୟନ୍ତ ବ୍ୟାପୀ ଥିଲା ବୋଲି ଜଣା ପଡିଛି I ଅନ୍ୟପଟେ ମେଡିକାଲ ପକ୍ଷରୁ ଘଟଣାର ଘଟଣାର ତଦନ୍ତ ଚାଲିଛି, କିନ୍ତୁ ଏସମ୍ପର୍କରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ବୟାନ ଦିଆଯାଇ ନାହିଁ I