ବାରବାଟୀ ଟି-୨୦ କ୍ରିକେଟ : ଆଜିଠୁ ଅନ୍‌ଲାଇନ୍‌ରେ ଟିକେଟ୍ ବିକ୍ରି

ବାରବାଟୀ ଟି-20 କ୍ରିକେଟ ପାଇଁ ଆଜିଠାରୁ ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି ହେବ। ଜଣେ ବ୍ୟକ୍ତି ଦୁଇଟି କରି ଟିକେଟ ବୁକିଂ କରିପାରିବେ I ଆସନ୍ତା ଜୁନ ୯ ତାରିଖରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଯାଉଛି ପାଞ୍ଚ ମ୍ୟାଚ୍ ୫ ଟି ଦିନିକିଆ ବିଶିଷ୍ଟ ଟି-୨୦ ମ୍ୟାଚ I ସେହିଅନୁସାରେ ସିରିଜର ଦ୍ଵିତୀୟ ମ୍ୟାଚ ଜୁନ ୧୨ ତାରିଖ ରେ କଟକ ବାରବାଟୀ ଷ୍ଟାଡିଅମ ରେ ଖେଳାଯିବ I ଏ ନେଇ ଓଡିଶା କ୍ରିକେଟ୍ ଆସୋସିଏସନ(ଓସିଏ)ତରଫରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି।
ଗ୍ୟାଲେରୀ ନମ୍ବର ୨,୪,୭ , ସ୍ପେଶାଲ ଏନକ୍ଲୋଜର, ନ୍ୟୁ ପାଭେଲିୟନ ଏବଂ ଏସି ବକ୍ସ ପାଇଁ ବିକ୍ରି କରାଯିବ ଟିକେଟ୍।ଜୁନ ୧ ପୂର୍ବାହ୍ନ ୧୧ଟାରୁ ୫ ହଜାର ଟିକେଟ୍ ବିକ୍ରି କରାଯିବ। ଟିକେଟ୍‌ ବିକ୍ରି ପାଇଁ ଓସିଏ ପକ୍ଷରୁ ଦାୟିତ୍ୱ ଦିଆଯାଇଛି। ସକାଳ ୧୧ଟାରୁ ଆରମ୍ଭ ହେବ ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି। ମୋଟ ୫ ହଜାର ଟିକେଟ ଅନଲାଇନରେ ବିକ୍ରି କରାଯିବ। ପେଟିଏମ୍ ଇନସାଇଡ୍ ଆପ୍, ପେଟିଏମ ଆପ୍‌ ଜରିଆରେ ଦର୍ଶକ ଟିକେଟ୍ ବୁକିଂ କରି ପାରିବେ। www.insider.in ଓ୍ଵେବସାଇଟ୍‌ରେ ଟିକେଟ୍ ଉପଲବ୍ଧ ରହିବ। ନିଜର ଆଇଡ଼ି ପ୍ରୁଫ, ଫୋନ ନମ୍ବର ଏବଂ ଇମେଲ ଆଇଡ଼ି ଦେଇ ବୁକ୍ କରିବେ ଟିକେଟ। ଜଣେ ବ୍ୟକ୍ତି ୨ଟି ଟିକେଟ୍ ବୁକିଂ କରି ପାରିବ ଏବଂ ଏନେଇ ପରିଚୟ ପତ୍ର ଦେବାକୁ ପଡିବ। ଜୁନ ୯ରୁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇ ଜୁନ ୧୦ ତାରିଖ ଯାଏଁ ଚାଲିବ। ଏ ନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ଓସିଏ କର୍ତ୍ତୃପକ୍ଷ।