ସେପ୍ଟେମ୍ବର ମାସରେ ୧୬ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଆଉ ଦୁଇଦିନ ପରେ ଅଗଷ୍ଟମାସ ଶେଷ ହୋଇ ସେପ୍ଟେମ୍ବର ମାସ ଆରମ୍ଭ ହେବ। ସେପ୍ଟେମ୍ବର ମାସରେ ଯଦି ବ୍ୟାଙ୍କ ସହିତ ଜଡ଼ିତ କୌଣସି ଜରୁରୀ କାମ ଅଛି ତାହାକୁ ତୁରନ୍ତ ଶେଷ କରି ଦିଅନ୍ତୁ। କାରଣ ସେପ୍ଟେମ୍ବର ମାସରେ ୧୬ଦିନ ବ୍ୟାଙ୍କ ବନ୍ଦ ରହିବ। ଆରବିଆଇ(ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ) ସେପ୍ଟେମ୍ବର ମାସର ବ୍ୟାଙ୍କ ଛୁଟିଦିନର ଏକ ତାଲିକା ଜାରି କରିଛି। ଏହି ତାଲିକା ଅନୁଯାୟୀ ଜଣାପଡ଼ିଛି କି….

୨୦୨୩ ସେପ୍ଟେମ୍ବର ୩ ରବିବାର ପଡ଼ୁଥିବା ହେତୁ ସମସ୍ତ ବ୍ୟାଙ୍କଗୁଡିକ ବନ୍ଦ ରହିବ । ସେପ୍ଟେମ୍ବର ୬ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ କାରଣରୁ ଓଡ଼ିଶା, ଚେନ୍ନାଇ, ହାଇଦ୍ରାବାଦ, ପାଟନାରେ ବ୍ୟାଙ୍କ ବନ୍ଦ ରହିବ।ଏଥିସହିତ ସେପ୍ଟେମ୍ବର ୭ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ହେତୁ ଅହମ୍ମଦାବାଦ, ଚଣ୍ଡିଗଡ଼, ଡେରାଡୁନ୍, ଗ୍ୟାଙ୍ଗଟକ, ତେଲେଙ୍ଗାନା, ଜୟପୁର, ଜାମ୍ମୁ, କାନପୁର, ଲକ୍ଷ୍ନୌ, ରାୟପୁର, ରାଞ୍ଚି, ଶିଲୋଙ୍ଗ, ଶିମଲା ଏବଂ ଶ୍ରୀନଗରରେ ବ୍ୟାଙ୍କ ଛୁଟି ରହିବ ।ସେପ୍ଟେମ୍ବର ୯ ଦ୍ୱିତୀୟ ଶନିବାର ପଡ଼ୁଥିବାରୁ ସମଗ୍ର ଦେଶରେ ବ୍ୟାଙ୍କଗୁଡିକ  ବନ୍ଦ ରହିବ  । ସେପ୍ଟେମ୍ବର ୧୦,୧୭,୨୪ ରବିବାର ହେତୁ ସମଗ୍ର ଦେଶରେ ବ୍ୟାଙ୍କଗୁଡିକ ଛୁଟି ରହିବ।ସେପ୍ଟେମ୍ବର ୧୮ ବିନାୟକ ଚତୁଥୀ ପାଇଁ ବାଙ୍ଗାଲୋର, ତେଲେଙ୍ଗାନାରେ ଓ ସେପ୍ଟେମ୍ବର ୧୯ଗଣେଷ ଚତୁର୍ଥୀ କାରଣରୁ ଅହମ୍ମଦାବାଦ, ବେଲାପୁର, ଭୁବନେଶ୍ୱର, ମୁମ୍ବାଇ, ନାଗପୁର, ପାନଜୀରେ ବ୍ୟାଙ୍କ ବନ୍ଦ ରହିବ।ସେପ୍ଟେମ୍ବର ୨୦ ଗଣେଷ ଚତୁର୍ଥୀ ଏବଂ ନୁଆଖାଇ କାରଣରୁ କୋଚି ଏବଂ ଓଡ଼ିଶାରେ ବ୍ୟାଙ୍କ ବନ୍ଦ ରହିବ। ସେପ୍ଟେମ୍ବର ୨୨ ଶ୍ରୀ ନାରାୟଣ ଗୁରୁ ସମାଦୀ ଦିବସ ଅବସରରେ କୋଚି, ପାନଜୀ ଏବଂ ତ୍ରିଭାନ୍ଦ୍ରମରେ ଓ ସେପ୍ଟେମ୍ବର ୨୩ ଚତୁର୍ଥ ଶନିବାର ହେତୁ ଓ ସେପ୍ଟେମ୍ବର ୨୫ ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମ ବାର୍ଷିକୀ ହେତୁ ଗୌହାଟୀରେ ବ୍ୟାଙ୍କଗୁଡିକ ବନ୍ଦ ରହିବ  ।ସେପ୍ଟେମ୍ବର ୨୭ ମିଲାଦ-ଇ-ସରିଫ କାରଣରୁ ଜାମ୍ମୁ, କୋଚି, ଶ୍ରୀନଗର ଏବଂ ତ୍ରିଭାଣ୍ଡ୍ରମରେ ସେପ୍ଟେମ୍ବର ୨୮ ଇଦ୍-ଇ-ମିଲାଦ୍ କାରଣରୁ ଅହମ୍ମଦାବାଦ, ଆଇଜାୱଲ୍, ବେଲାପୁର, ବେଙ୍ଗାଲୁରୁ, ଭୋପାଳ, ଚେନ୍ନାଇ, ଡେରାଡୁନ୍, ତେଲେଙ୍ଗାନା, ଇମ୍ଫାଲ, କାନପୁର, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ରାୟପୁର, ରାଞ୍ଚିରେ ବ୍ୟାଙ୍କ ବନ୍ଦ ରହିବ। ସେପ୍ଟେମ୍ବର ୨୯ ଇଦ୍-ଇ-ମିଲାଦ-ଉନ-ନବି କାରଣରୁ ବ୍ୟାଙ୍କ ଗ୍ୟାଙ୍ଗଟୋକ, ଜାମ୍ମୁ ଏବଂ ଶ୍ରୀନଗରରେ ଛୁଟି ରହିବ।

NATIONAL