ନୂଆଦିଲ୍ଲୀ : ବାଂଲାଦେଶରେ ବଡ଼ ବିଭାଜନ ଆଶଙ୍କା ଦେଖାଦେଇଛି। ୧୯୭୧ ମସିହାରେ ଭାରତ ସହାୟତାରେ ପୂର୍ବ ପାକିସ୍ତାନ ବାଂଲାଦେଶ ଭାବେ ସ୍ୱାଧୀନ ହୋଇଥିଲା। ବର୍ତ୍ତମାନ ପାକିସ୍ତାନର ବାଲୋଚିସ୍ତାନ ସ୍ୱାଧୀନ ହେବା ନେଇ ଦାବି କରୁଥିବାବେଳେ ସାରା ଦେଶରେ ଘୋର ସଙ୍କଟ ଦେଖାଯାଇଛି। ବାଂଲାଦେଶର ଚିଟାଗଙ୍ଗ ହିଲ ଟ୍ରାକ୍ଟସ ଅଞ୍ଚଳରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ଜୋର ଧରିଛି, ଏବଂ ଏହି ପରିପ୍ରେକ୍ଷୀରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଚର୍ଚ୍ଚା ହେଉଛି। ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶରେ ସ୍ୱାଧୀନତା ଆନ୍ଦୋଳନ ତୀବ୍ର ହୋଇଛି। ବାଲୋଚ ନେତା ମୀର ଯାର ବାଲୋଚ ପାକିସ୍ତାନରୁ ସ୍ୱାଧୀନତା ଘୋଷଣା କରିଛନ୍ତି ଏବଂ ଭାରତ ସରକାରଙ୍କୁ ନୂଆଦିଲ୍ଲୀରେ ଏକ ବାଲୋଚ ଦୂତାବାସ ସ୍ଥାପନ ପାଇଁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ, ବାଂଲାଦେଶର ଚିଟାଗଙ୍ଗ ହିଲ ଟ୍ରାକ୍ଟସ ଅଞ୍ଚଳରେ ମଧ୍ୟ ବିଚ୍ଛିନ୍ନତାବାଦୀ ଆନ୍ଦୋଳନର ସ୍ୱର ଉଠିଛି। ଏହି ଅଞ୍ଚଳରେ ଆଦିବାସୀ ଜନଜାତିମାନେ ସୱାୟତ୍ତଶାସନ ଓ ଅଧିକାର ପାଇଁ ଦାବି କରୁଛନ୍ତି, ଯାହା ଢାକାର ଅନ୍ତରୀଣ ସରକାର ପାଇଁ ଏକ ନୂତନ ସଙ୍କଟ ସୃଷ୍ଟି କରୁଛି। ବାଲୋଚିସ୍ତାନ ଭଳି ଚଟଗାଁରେ ମଧ୍ୟ ଅସନ୍ତୋଷ ଓ ଅସ୍ଥିରତା ବୃଦ୍ଧି ପାଉଛି।