ଏ ବର୍ଷ ବି ବାଲିଯାତ୍ରା ବନ୍ଦ

ଏ ବର୍ଷ ବି କଟକର ଐତିହାସିକ ବାଲିଯାତ୍ରା ଉପରେ ଲାଗିଛି କଟକଣା । ଏ ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କରୋନା ମହାମାରୀ ପାଇଁ ଗତବର୍ଷ ବାଲିଯାତ୍ରା ବନ୍ଦ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ବନ୍ଦ ରହିବ । ବର୍ତ୍ତମାନ ସୁଦ୍ଧା କରୋନା ସ୍ଥିତିରେ କୌଣସି ସୁଧାର ଆସି ନାହିଁ । ସମସ୍ତ ପ୍ରକାରର ଜନ ସମାଗମ ଉପରେ ବର୍ତ୍ତମାନ ଅଙ୍କୁଶ ଲଗାଯାଇଛି ।ତେବେ ତୃତୀୟ ଲହରକୁ ନେଇ ବିଶେଷଜ୍ଞ ସତର୍କବାଣୀ ଶୁଣାଇଛନ୍ତି। ଏବେଠାରୁ ସତର୍କ ନହେଲେ କରୋନା ସଂଗ୍ରମଣ ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି। ଅନ୍ୟପଟେ ବୋଇତ ବନ୍ଦାଣ ଉତ୍ସବ ଉପରେ ମଧ୍ୟ ଅଙ୍କୁଶ ଲଗାଯାଇଥିବା କହିଛନ୍ତି ଜିଲ୍ଲାପାଳ ।

Comments (0)
Add Comment