ମମିତା ମେହେର ମୃତ୍ୟୁ ମାମଲାରେ ଚାର୍ଜସିଟ ଦାଖଲ କଲା ବଲାଙ୍ଗୀର ପୋଲିସ

ବହୁଚର୍ଚ୍ଚିତ ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ମାମଲାରେ ଚାର୍ଜସିଟ ଦାଖଲ ହୋଇଛି I ବଙ୍ଗୋମୁଣ୍ଡା ଜେଏମ୍‌ଏଫସି କୋର୍ଟରେ ବଲାଙ୍ଗିର ପୁଲିସ ଚାର୍ଜସିଟ ଦାଖଲ କରିଛି। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ଡ୍ରାଇଭର ରାଧେଙ୍କ ନାମରେ ଚାର୍ଜସିଟ ଦାଖଲ ହୋଇଛି। ଆସନ୍ତା ୧୫ ତାରିଖରେ ଗୋବିନ୍ଦ ସାହୁ କୋର୍ଟ ଚାଲାଣକୁ ୧୨୦ଦିନ ପୂରିଥାନ୍ତା। କୋର୍ଟ ଚାଲାଣର ପୂର୍ବରୁ ବଲାଙ୍ଗିର ପୁଲିସ ଚାର୍ଜସିଟ ଦାଖଲ କରିଛି। କଳାହାଣ୍ଡି ଜିଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନ୍‌ସାଇନ କଲେଜର ଶିକ୍ଷୟିତ୍ରୀ ମମିତାଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗୋବିନ୍ଦ ସାହୁ ଏବଂ ରାଧେଶ୍ୟାମ ଚଣ୍ଡିଙ୍କୁ ପୁଲିସ ପୂର୍ବରୁ ଗିରଫ କରିଛି। ଉଭୟ ଅଭିଯୁକ୍ତ ବର୍ତ୍ତମାନ କଣ୍ଟାବାଞ୍ଜି ଉପକାରାଗାରରେ ରହିଛନ୍ତି। ସେପଟେ ବିରୋଧୀ ଏହାକୁ ପ୍ରସଙ୍ଗ କରି ବିକ୍ଷୋଭ କରିବା ସହ ବାରମ୍ବାର ବିଧାନସଭା ଅଚଳ କରାଇଥିଲେ । ଏମିତିକି ଘଟଣାରେ ଗୃହମନ୍ତ୍ରୀଙ୍କ ସଂପୃକ୍ତି ଦର୍ଶାଇ ବହିଷ୍କାର ମଧ୍ୟ ଦାବି କରିଥିଲେ ।ବର୍ତ୍ତମାନ ନିର୍ବାଚନ ସମୟ ରେ ବିରୋଧୀ ଏହାକୁ ମାଉଁକ୍ଷ ପ୍ରସଙ୍ଗ କରି ପ୍ରଚାର ମୈଦାନ କୁ ଓଲ୍ହାଇଛି I

Comments (0)
Add Comment