ସେମିଫାଇନାଲ ରୁ ପରାସ୍ତ ହେଲେ ବଜରଙ୍ଗ ପୁନିଆ

ଚଳିତ ଟୋକିଓ ଅଲିମ୍ପିକ ରେ ପୁଣି ଆଉଜଣେ ଭାରତୀୟ ପହିଲୀମାନ କୁସ୍ତି ଯୋଦ୍ଧା ସେମିଫାଇନାଲ ରୁ ପରାସ୍ତ ହୋଇଛନ୍ତି I ଭାରତୀୟ
କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ୬୫ କେଜି ବର୍ଗରେ ସେମିଫାଇନାଲରେ ବର୍ତ୍ତମାନର ଅଲିମ୍ପିକ୍‌ ମେଡାଲିଷ୍ଟ ଏବଂ ୩ ଥର ବିଶ୍ବ ଚାମ୍ପିୟନ୍‌ ଆଜରବୈଜାନର ହାଜି ଆଲିୟେଭଙ୍କ ଠାରୁ ୫-୧୨ରେ ପରାସ୍ତ ହୋଇଛନ୍ତି।

ଆଜିର ମୁକାବିଲାରେ ବଜରଙ୍ଗ ଭଲ ଆରମ୍ଭ କରିଥିଲେ। ଏହା ସହ ସେ ପ୍ରଥମେ ୧-୦ରେ ଆଗୁଆ ଥିଲେ। କିନ୍ତୁ ଆଲିୟେଭ୍‌ ପରେ ପରେ ୨-୧ରେ ଆଗୁଆ ହୋଇଥିଲେ। ପୁଣି ୪-୧ରେ ଆଗୁଆ ହୋଇଥିଲେ ଆଲିୟେଭ୍‌।

ପ୍ରଥମ ତିନି ମିନିଟ୍‌ ଯାଏଁ ଏହି ସ୍କୋର ଥିଲା। ଅନ୍ତିମ ୩ ମିନିଟ୍‌ରେ ଦୁଇ ଜଣଙ୍କ ମଧ୍ୟରେ ଭଲ ଟକ୍କର ଦେଖିବାକୁ ମିଳିଥିଲା। କିନ୍ତୁ ଶେଷରେ ଆଲିୟେଭ୍‌ ୧୨-୫ରେ ବିଜୟୀ ହୋଇଛନ୍ତି ।

ଏହା ପୂର୍ବରୁ ଗୁରୁବାର ରବି କୁମାର ଦହିୟା ଫାଇନାଲରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ। ସେମିରେ ହାରିଥିବା ବଜରଙ୍ଗ ଏବେ ବ୍ରୋଞ୍ଜ ପଦକ ଲଢ଼ିବେ, ଯେଉଁଥିରେ ତାଙ୍କ ସାମ୍ନା ରୁଷିଆନ୍ ଅଲିମ୍ପିକ୍ କମିଟି (ଆରଓସି)ର ଗାଦଜିମୁରାଦ ରଶିଦୋଭଙ୍କ ସହ ହେବ।

ବଜରଙ୍ଗଙ୍କ ଏହି ପରାଜୟ ସହ ଚଳିତ ଅଲିମ୍ପିକ୍ସରେ ଭାରତର ରେସଲିଂରେ ସ୍ୱର୍ଣ୍ଣ ପଦକ ଜିତିବାର ଯେଉଁ ଆଶା ଥିଲା, ତାହା ଶେଷ ହୋଇଯାଇଛି।

Comments (0)
Add Comment