ଆଇପିଏଲ୍‌କୁ ଫେରିଲେ ମାଲିଙ୍ଗା : ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବେ

ଆଇପିଏଲର ୧୫ତମ ସଂସ୍କରଣ ରେ ପୁଣି ଥରେ ସ୍ଥାନ ପାଇଛନ୍ତି ଶ୍ରୀଲଙ୍କାର ପ୍ରସିଦ୍ଧ କ୍ରିକେଟର ଲାସିଥ ମାଲିଙ୍ଗା Iସେ ରାଜସ୍ଥାନ ଦଳରେ ସାମିଲ ହୋଇଛନ୍ତି । ଟି-୨୦ ଫର୍ମାଟର ପ୍ରସିଦ୍ଧ କ୍ରିକେଟଙ୍କ ମଧ୍ୟରୁ ଜଣେ ଲାସିଥ ମାଲିଙ୍ଗାଙ୍କୁ ରାଜସ୍ଥାନ ରୟାଲ୍ସ ନିଜ କୋଚିଂ ଷ୍ଟାଫମାନଙ୍କ ମଧ୍ୟରେ ସ୍ଥାନ ଦେଇଛି। ତାଙ୍କୁ ରାଜସ୍ଥାନ ରୟାଲ୍ସର ବୋଲିଂ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି। ଏହାପୂର୍ବରୁ ସେ ମୁମ୍ବାଇ ଇଣ୍ଡିଆନ୍ସ ସହ ରହିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ବି ଏବେ ମାଲିଙ୍ଗାଙ୍କ ଟାର୍ଗେଟରେ ରହିବ। ଗତବର୍ଷ ମାଲିଙ୍ଗା କ୍ରିକେଟ୍‌ରୁ ସନ୍ୟାସ ନେଇଥିଲେ। ମହାମାରୀ କରୋନା ଯୋଗୁଁ ବର୍ଷ ୨୦୨୦ରେ ମଧ୍ୟ ଆଇପିଏଲ୍‌ ମ୍ୟାଚ୍‌ ଖେଳିନଥିଲେ। ତେବେ ଚଳିତ ଲିଗ୍‌ରେ ମାଲିଙ୍ଗା ବୋଲି କୋଚ୍‌ ରୂପେ ପୁଣିଥରେ ପିଚ୍‌କୁ ଫେରୁଛନ୍ତି। ୨୦୦୮ରେ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଡି ହୋଇଥିବା ମାଲିଙ୍ଗା ୪ଥର ଏହି ଟିମ୍‌କୁ ଆଇପିଏଲ୍‌ରେ ବିଜୟ ସ୍ୱାଦ ଚଖାଇଛନ୍ତି। ମାଲିଙ୍ଗାଙ୍କ ନାଁରେ ଆଇପିଏଲ୍‌ରେ ୧୨୨ଟି ମ୍ୟାଚ୍‌ ଏବଂ ୧୭୦ଟି ୱିକେଟ୍‌ ହାସଲ କରିଥିବା ରେକର୍ଡ ରହିଛି।

୨୦୧୮ରେ ମାଲିଙ୍ଗାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଣିନଥିଲା କିନ୍ତୁ ତାଙ୍କୁ ସେତେବେଳେ ବୋଲର୍‌ଙ୍କ ମେଣ୍ଟର ଭାବେ ନିଯୁକ୍ତ ଦେଇଥିଲା। ତେବେ ୨୦୧୯ରେ ମାଲିଙ୍ଗା ମୁମ୍ବାଇ ଟିମ୍‌ ପାଇଁ ଖାଳାଳି ରୂପେ ଫେରିଥିଲେ। ଫାଇନାଲରେ ଜବରଦସ୍ତ ପ୍ରଦର୍ଶନ ଦେଖାଇ ଟିମ୍‌କୁ ଚାମ୍ପିଅନ୍‌ କରାଇଥିଲେ।