ଭାରତ ର କଡା ଆଭିମୁଖ୍ୟ ପରେ ନରମିଲା ବ୍ରିଟେନ,କୋଭିସିଲ୍ଡକୁ ଦେଲା ମଞ୍ଜୁରୀ

ବହୁ ବାଦ ବିବାଦ ପରେ କୋଭିଡ-୧୯ ଟିକା କୋଭିସିଲ୍ଡକୁ ବ୍ରିଟେନ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ବ୍ରିଟେନ ସରକାର ତାଙ୍କ ନିଷ୍ପତ୍ତି ବଦଳାଇ ଏକ ନିର୍ଦ୍ଦେଶନାମା ଜାରି କରିଛି । ଆଷ୍ଟ୍ରାଜେନେକା ଭ୍ୟାକ୍ସିନ ନେଇଥିବା ଲୋକଙ୍କୁ କ୍ଵାରେଣ୍ଟିନରେ କୋହଳ ଦେଇଥିବା ବେଳେ କୋଭିସିଲ୍ଡ ନେଇଥିବା ଲୋକଙ୍କୁ କ୍ଵାରେଣ୍ଟାଇନ ବାଧ୍ୟତାମୂଳକ କରିଛି। ଏହି କାରଣରୁ ହିଁ ବିବାଦ ବଢିଛି। ପରେ ଭାରତର ଚାପ ଆଗରେ ଶେଷରେ ନରମ ଅଭିମୁଖ୍ୟ ଦେଖାଇଛି ବ୍ରିଟେନ ସରକାର । ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଦ୍ଵାରା ପ୍ରସ୍ତୁତ କରୋନା ଭ୍ୟାକ୍ସିନ କୋଭିସିଲ୍ଡକୁ ନିଜର ଯାତ୍ରା ନିୟମରେ ମାନ୍ୟତା ଦେଇଛି । ହେଲେ ଏଥିରେ ଆଉ ଗୋଟିଏ କଟକଣା ରହିଛି । ବ୍ରିଟେନ୍ ଯାଉଥିବା ଭାରତୀୟଙ୍କୁ ଏବେ ମଧ୍ୟ ବାଧ୍ୟତାମୂଳକ କ୍ଵାରେଣ୍ଟାଇନରେ ରହିବାକୁ ପଡିବ।

ନୂତନ ଗାଇଡଲାଇନ୍ ଅନୁଯାୟୀ, ଆଷ୍ଟ୍ରାଜେନେକା କୋଭିସିଲ୍ଡ, ଆଷ୍ଟ୍ରାଜେନେକା ବଜେଭରିଆ ଓ ମୋଡର୍ଣ୍ଣା ଟକିଡାର ଫର୍ମୁଲେସନକୁ ମାନ୍ୟତା ଦେଇଛି। କିନ୍ତୁ କୋଭିସିଲ୍ଡର ଦୁଇ ଡୋଜ୍ ନେଇଥିବା ଯାତ୍ରୀଙ୍କୁ ଏବେ ମଧ୍ୟ ୧୦ ଦିନିଆ କ୍ଵାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି। ବ୍ରିଟେନ୍ ସରକାର କହିଛନ୍ତି, ଭ୍ୟାକ୍ସିନ ସାର୍ଟିଫିକେଟକୁ ମାନ୍ୟତା ଦେବା ନେଇ ସେ ଭାରତ ସରକାରଙ୍କ ସହ ମିଶି କାମ କରୁଛନ୍ତି।

ସୂଚନା ଥାଉକି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଂକର ବ୍ରିଟେନର ତାଙ୍କ ସମକକ୍ଷଙ୍କ ନିକଟରେ କୋଭସିଲ୍ଡକୁ ମାନ୍ୟତା ଦେବା ପ୍ରସଙ୍ଗ ଉଠାଇଥିଲେ । ଜୟଶଂକର କହିଥିଲେ କି କୋଭିସିଲ୍ଡ ଟିକାକୁ ମାନ୍ୟତା ନଦେବା ଏକ ଭେଦଭାବ ପୂର୍ଣ୍ଣ ନୀତି । ଏହାପରେ ବ୍ରିଟେନ ତରଫରୁ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଆଶ୍ୱାସନା ଦିଆଯାଇଥିଲା ।
ବ୍ରିଟେନ ଯାତ୍ରା ପ୍ରସଙ୍ଗରେ ବର୍ତମାନ ବ୍ରିଟେନ ସରକାର ୩ ସ୍ତରର ସୂଚୀ ପ୍ରସ୍ତୁତ କରିଛନ୍ତି । ବିପଦର ପୃଷ୍ଟଭୂମି ଦେଖି ବ୍ରିଟେନ ସରକାର ଅଲଗା ଅଲଗା ଦେଶ ପାଇଁ ସୂଚୀ ପ୍ରସ୍ତୁତ କରିଛନ୍ତି । ଅକ୍ଟୋବର ୪ ତାରିଖ ଠାରୁ ଏସବୁ ଭିନ୍ନ ଭିନ୍ନ ସୂଚୀର ପରିସମାପ୍ତି କରି କେବଳ ଗୋଟିଏ ସୂଚୀ ମୁତାବକ ଅନ୍ୟ ଦେଶର ଲୋକମାନେ ବ୍ରିଟେନ ଯାତ୍ରା କରିପାରିବେ । ନାଲି ସୂଚୀ ଥିବା ଦେଶର ଲୋକମାନେ କେବଳ ବ୍ରିଟେନ ଯାତ୍ରା କରିପାରିବେ ନାହିଁ ।

Comments (0)
Add Comment