ଆସିବ ‘ଆଭା କାର୍ଡ’: ମନ୍ତ୍ରୀ

ଭୁବନେଶ୍ୱର: ଏଣିକି ଗୋଟିଏ କାର୍ଡରେ ରହିବ ରୋଗୀଙ୍କ ସମସ୍ତ ଡାଟା । ଖୁବଶୀଘ୍ର ରାଜ୍ୟ ସରକାର ଲାଗୁ କରିବେ ନ୍ୟାସନାଲ ଡିଜିଟାଲ ହେଲଥ ମିଶନ । ଗୁରୁବାର ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ତାଙ୍କ ସୂଚନା ଅନୁଯାୟୀ ନ୍ୟାସନାଲ ହେଲଥ ଅଥୋରିଟି ଅଧୀନରେ ଆଭା କାର୍ଡ ରହିବ । ଏହାର ନାମ ରହିବ ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ ବା ଆଭା କାର୍ଡ । କୁ୍ୟଆର କୋର୍ଡ ସ୍କାନ କଲେ ପୂର୍ବ ରୋଗ ସମ୍ପର୍କରେ ତଥ୍ୟ ମିଳିପାରିବ । ଲୋକସଂଖ୍ୟା ଅନୁସାରେ ଆଭା ଆକାଉଣ୍ଟ ରେଜିଷ୍ଟ୍ରେସନ କରିପାରିବେ । ଫେବୃଆରୀ ପୂର୍ବରୁ କାର୍ଡ ବଣ୍ଟନ ନେଇ ଯୋଜନା ରହିଥିବା ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି ।ଏହାଛଡ଼ା ଅନଲାଇନରେ କାର୍ଡ ପାଇଁ ଆବେଦନ କରିହେବ ।  ଆୟୁଷ୍ମାନ ଭାରତ ସହ ଏହି କାର୍ଡ ମିଳିବ ବୋଲି ସେ ସୂଚନା ଦେଇଛନ୍ତି ।