କୁଚିଣ୍ଡା: ଅଟୋ -ତେଲ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ,୩ ମୃତ ଓ ୪ ଗୁରୁତ୍ତର I ୪୯ ନ.ଜାତୀୟ ରାଜପଥ ତବଲାକଟା ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଗୁରୁତର ୪ଜଣଙ୍କୁ ଚିକିତ୍ସା ପାଇଁ କୁଚିଣ୍ଡା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିବା ଜଣାପଡ଼ିଛି।
ଆଜି ଅପରାହ୍ନ ସାଢେ ଚାରିଟା ବେଳେ କୁଚିଣ୍ଡା ପଟୁ ଏକ ତେଲ ଟ୍ୟାଙ୍କର ଦ୍ରୁତ ଗତିରେ ଆସୁଥିବା ବେଳେ ବିପରୀତ ଦିଗରୁ ଏକ ଯାତ୍ରୀବାହୀ ଅଟୋ କୁ ଧକ୍କା ଦେଇଥିଲା l ଘଟଣା ସ୍ଥଳରେ ଅଟୋ ଚାଳକଙ୍କ ସହ ୩ ଜଣଙ୍କ ମୃତ୍ୟୁ ହୋଇଛି l ମୃତକଙ୍କ ମଧ୍ୟରେ ଜଣେ ଶିକ୍ଷୟତ୍ରୀ ମଧ୍ୟ ଅଛନ୍ତି l ମୃତକମାନେ ଭୋଜପୁର ଗାଁର ଶିକ୍ଷୟତ୍ରୀ ତନୟା ଶର୍ମା, ଟାଇଁସର ଗାଁର ଟେମ୍ପୁ ଚାଳକ ଅତୀଶ ନାଏକ ଓ ତବଲାକଟା ଗାଁର ସରସ୍ବତୀ ସିଂ ବୋଲି ଜଣାପଡିଛି l ଟ୍ୟାଙ୍କର ଚାଳକ ଫେରାର ହୋଇଯାଇଥିବା ବେଳେ ଟ୍ରକକୁ ଲୋକେ ଅଟକ ରଖିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ସ୍ଥାନୀୟ ଲୋକେ କୁଚିଣ୍ଡା-ଦେବଗଡ଼ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଜମନକିରା ତହସିଲଦାର ଉପସ୍ଥିତ ରହି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛନ୍ତି l