ଅତୁଲ କରୱାଲ ହେଲେ ଏନଡିଆରଏଫ ମହାନିର୍ଦ୍ଦେଶକ

ଏନଡିଆରଏଫ ମହାନିର୍ଦ୍ଦେଶକ ଭାବରେ ଅତୁଲ କରୱାଲ ଙ୍କୁ ନିଯୁକ୍ତି କରାଯାଇଛି I ତାଙ୍କ ନାଁ କୁ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ଅନୁମୋଦନ କରିଛି I ସେ ମହାନିର୍ଦ୍ଦେଶକ ଓଡ଼ିଆ ପୁଅ ସତ୍ୟନାରାୟଣ ପ୍ରଧାନ ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି I ଗୁଜରାଟ କ୍ୟାଡର ର ୧୯୮୮ ବ୍ୟାଚ ର ଆଇପିଏସ ଅଧିକାରୀ ହେଉଛନ୍ତି ଅତୁଲ କରୱାଲ Iସେ ବର୍ତ୍ତମାନ ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜାତୀୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଥିଲେ I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ I
ସୂଚନାଅନୁସାରେ ଓଡ଼ିଆପୁଅ ସତ୍ୟନାରାୟଣ ପ୍ରଧାନ ଏନସିବି ଡିଜି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି I

Comments (0)
Add Comment