ନିର୍ବାଚନ ଡ୍ୟୁଟି କରୁଥିବା ସମୟରେ ପୁରୀ କଣାସ ଗଡ଼ିଶାଗଦାରେ ୪ ଜଣ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୮ ଜଣଙ୍କୁ ବାନ୍ଧିଛି ଗଡ଼ିଶାଗଦା ଥାନା ପୋଲିସ । ସୂଚନାନୁସାରେ ଗତକାଲି କଣାସ ବ୍ଲକ ବଡାଲ ପଞ୍ଚାୟତରେ ଭୋଟ ଗ୍ରହଣ ଚାଲିଥିବା ବେଳେ କିଛି ଲୋକ ହଠାତ୍ ବୁଥ୍ ଜବରଦଖଲ କରିବାକୁ ଉଦ୍ୟମ କରିଥିଲେ । ଏହାର ଭିଡିଓ ଉତ୍ତୋଳନ କରିବାରୁ ୨ ଜଣ ରିପୋର୍ଟର ଓ ୨ ଜଣ କ୍ୟାମେରାମ୍ୟାନ ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣ କାରି ମାନେ ଲାଠି ଧରିସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ତେବେ ଏହି ମାମଲାରେ ଗାଡ଼ିଶାଗଦା ପୋଲିସ ତୁରନ୍ତ ଆକ୍ସନ ମୁଡ଼ କୁ ଆସି ରାତି ଅଧରେ ବିଭିନ୍ନ ସ୍ଥାନରେ ଚଢାଉ କରି ,୮ ଜଣ ଆକ୍ରମଣ କାରୀଙ୍କୁ ଚିହ୍ନଟ କରି ଗିରଫ କରିଥିଲେ I ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ସତ୍ୟପ୍ରିୟ ମହାରାଣା, ବିଜୟ ସ୍ୱାଇଁ, ନିକୁଞ୍ଜ ସ୍ୱାଇଁ, ଉତ୍ତମ ଭୂଜବଳ, ଅଜୟ ବାରିସାଲ୍, ବିଦ୍ୟାଧର ସ୍ୱାଇଁ ଗିରଫ ଓ ବ୍ରଜବନ୍ଧୁ ସ୍ୱାଇଁ । ଏହା ସହିତ ଅଭିଯୁକ୍ତଙ୍କଠାରୁ ଗୋଟିଏ ଫୋନ୍, ୨ଟି ବୁମ, ଟେଲିକାଷ୍ଟ ମେସିନ୍ ଜବତ କରାଯାଇଛି । ଅତିରିକ୍ତ ଏସପି ଓ ଏସଡିପିଓଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲା । ଗିରଫ ଅଭିଯୁକ୍ତଙ୍କ ନାଁରେ ୩୪୧, ୩୨୩, ୨୯୪ ଭଳି ଅନେକ ସଙ୍ଗୀନ ଦଫା ଲଗାଇଛି ପୁଲିସ୍ ।
ଦୁର୍ବୃତ୍ତ ଙ୍କ ଆକ୍ରମଣ ର ଶିକାର ହୋଇଥିବା ଗଣମାଧ୍ୟମ କର୍ମଚାରୀ ମାନେ ହେଲେ ନ୍ୟୁଜ୍ ୧୮ ଓଡ଼ିଆର ରିପୋର୍ଟର ସୁମନ୍ତ ସୁନ୍ଦରାୟ ଓ ସାଙ୍ଗରେ ଥିବା କ୍ୟାମେରାମ୍ୟାନ ଚିତନ ସ୍ୱାଇଁ ଓ ନ୍ୟୁଜ-୭ ରିପୋର୍ଟର ସରୋଜ ମଲ୍ଲିକ ଓ କ୍ୟାମେରାମ୍ୟାନ ରବି ତ୍ରିପାଠୀ ।